ଓଡ଼ିଶାରେ ସହରାଞ୍ଚଳ ବିକାଶ ଏବଂ ଗତିଶୀଳତା ପାଇଁ ଏଡିବି ସହିତ ଆଲୋଚନା

ଭୁବନେଶ୍ୱର : ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଆଜି ସହରାଞ୍ଚଳ ବିକାଶ ଏବଂ ଗତିଶୀଳତା କ୍ଷେତ୍ରରେ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ସହିତ ଏକ ଗଭୀର ଏବଂ ରଣନୈତିକ ସହଯୋଗ ପାଇଁ ମାର୍ଗ ଅନୁସନ୍ଧାନ କରିବା ପାଇଁ  ଆଲୋଚନା କରିଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭିତ୍ତିଭୂମି ବିକାଶ, ସ୍ଥାୟୀ ଗତିଶୀଳତା ଏବଂ ସ୍ଥିର ସହରାଞ୍ଚଳ ଯୋଜନା କ୍ଷେତ୍ରରେ ସୁଦୃଢ଼ ସହଯୋଗ ମାଧ୍ୟମରେ ଓଡ଼ିଶାର ସହରୀ…

ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନରେ ଓଡିଶା

ଭୁବନେଶ୍ଵର : ଜାତୀୟସ୍ତରରେ ବିଶ୍ୱ ହସ୍ପିସ୍ ଏବଂ ପ୍ୟାଲିଏଟିଭ୍ କେୟାର୍ ଦିବସ ୨୦୨୫ ଭୁବନେଶ୍ୱରର ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟରରେ ପାଳିତ ହୋଇଛି। ଓଡିଶା ରାଜ୍ୟକୁ ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ର ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନ ପୁରସ୍କାର ଦିଆଯାଇଥିଲା। ମେଘାଳୟ ଓ ରାଜସ୍ଥାନ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଡିଡିଜି ଡକ୍ଟର ଆଲୋକ ମାଥୁର, ଡାଇରେକ୍ଟର ଅଫ୍ ପବ୍ଲିକ୍ ହେଲ୍ଥ୍‌ (DPH) ଡକ୍ଟର…

ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶାର ପଦକ୍ଷେପ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି। ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ କରେ। ସମାନତା, ବୃତ୍ତିଗତ ତଦାରଖ ଏବଂ ସାଧାରଣ ଖର୍ଚ୍ଚର ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଭ୍ୟନ୍ତରୀଣ ଅଡିଟ୍ କର୍ମଚାରୀଙ୍କୁ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀଭୂତ କରାଯାଇଛି। ବର୍ତ୍ତମାନର…

ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଆର୍‌.ଏସ୍‌. ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନର ମହତ ଉଦ୍ଦେଶ୍ୟ ଓ ସମୟୋଚିତ ଆବଶ୍ୟକତା, ମତଦାତାଙ୍କ ଯୋଗ୍ୟତା, ବିଭ୍ରାନ୍ତକାରୀ ସୂଚନାର ମୁକାବିଲା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ…

ଜଙ୍ଗଲ ଭୂମି ବିଭାଜନ: ଅଧିକାରୀମାନଙ୍କୁ ତ୍ୱରିତ ଅନୁମୋଦନ ଓ ନିର୍ଦ୍ଧାରିତ ସମୟସୀମା ଅନୁସରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ଭାରତୀୟ ରେଳବାଇ, ଓପିଟିସିଏଲ (OPTCL), ଜିଏସଆଇ (GSI) ଓ ରିଲାୟନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (Reliance Jio Infocom Limited)ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ନିରାକରଣ ପାଇଁ ଏକ ସମନ୍ୱୟ ବୈଠକ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

‘ପରିବେଶ ସୁରକ୍ଷା ପାଇଁ ଆମକୁ ସମ୍ମିଳିତ ଭାବେ କାର୍ଯ୍ୟ କରବାକୁ ପଡ଼ିବ’

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍‌ ଗସ୍ତରେ ଯାଇଥିବାବେଳେ ବି୍ରଜ୍‌ଟାଉନ୍‌ଠରେ ‘ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ଶୀର୍ଷକ ଆଲୋଚନାରେ ନିଜର ଅଭିଭାଷଣ ଉପସ୍ଥାପନ କରି କହିଲେ ଯେ ଜଳବାୟୁ ପରିବର୍ତ୍ତନ ଓ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ…

ସୁସ୍ଥ ସମାଜ ଗଠନ ଏବଂ ବିକାଶରେ ବରିଷ୍ଠ ନାଗରିକମାନଙ୍କ ଅବଦାନକୁ ମନେ ରଖିବାକୁ ହେବ

ଭୁବନେଶ୍ୱର: ସମାଜ ପ୍ରତି ବରିଷ୍ଠ ନାଗରିକମାନଙ୍କର ଅବାଦନକୁ ସ୍ୱୀକାର କରିବା ପାଇଁ ବରିଷ୍ଠ ନାଗରିକ ଦିବସ ସମର୍ପିତ ହୋଇଥିଲେ ମଧ୍ୟ ଆମକୁ ସବୁଦିନ ପାଇଁ ଏହି ଅବଦାନକୁ ମନେ ରଖିବାକୁ ହେବ। ଜ୍ଞାନ ଓ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ହେଉଛନ୍ତି ବରିଷ୍ଠ ନାଗରିକ। ସୁସ୍ଥ ସମାଜ ଗଠନ ଏବଂ ଏହାର ବିକାଶରେ ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ ବିଶେଷ ସହାୟକ ହୋଇଥାଏ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ…

ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଗମନାଗମନକୁ ସହଜ କରୁଛି ପିଏମ ଜନମନ୍

ଭୁବନେଶ୍ୱର : ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଅଧୀନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ସଡ଼କ ପ୍ରକଳ୍ପର ନିର୍ମାଣ ସଫଳତାର ସହିତ ଶେଷ କରିଛନ୍ତି। ରାଜ୍ୟର ଦୂରଦୂରାନ୍ତ ଆଦିବାସୀ ଅଞ୍ଚଳରେ ଏହି ପ୍ରକଳ୍ପ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି। ରାୟଗଡା ଜିଲ୍ଲାର ତେଲଗୁଡୁଠାରୁ ତାରବେଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବଂ ଦେବଗଡ଼ ଜିଲ୍ଲାର ପୂର୍ତ୍ତ ରାସ୍ତାଠାରୁ ସିଆରହୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଯୋଗୁଁ ପ୍ରଥମ ଥର ପାଇଁ ସ୍ଥାନୀୟ ଲୋକଙ୍କୁ ନିରାପଦ ଏବଂ…

୬୮ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି

ଭୁବନେଶ୍ୱର : ବାଚସ୍ପତି ସୁରମା ପାଢ଼ୀ ୬ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍‌ ଗସ୍ତରେ ଯାଇଥିବାବେଳେ ବି୍ରଜଟାଉନଠାରେ ‘ରାଜ୍ୟଗୋଷ୍ଠୀ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଂସଦଗୁଡ଼ିକୁ ସାକାର କରିବା ପାଇଁ ଭଲ ଅଭ୍ୟାସ ଓ ରଣନୀତି’ ଶୀର୍ଷକ ଆଲୋଚନାରେ ନିଜ ବକ୍ତବ୍ୟରେ କହିଲେ ଯେ ବିଶ୍ୱରେ ଭାରତ ଏକ ବୃହତ ଗଣତନ୍ତ୍ର ହୋଇ ମଧ୍ୟ ୧୯୯୫ରେ ପାର୍ଲାମେଣ୍ଟରେ ୧୫ ପ୍ରତିଶତ ମହିଳା ପ୍ରତିନିଧିତ୍ୱ କରୁଥିବାବେଳେ ଆଜି…

ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରୁଛି “ଏକ ଜିଲ୍ଲା ଏକ ଉତ୍ପାଦ”

ଭୁବନେଶ୍ଵର: “ଏକ ଜିଲ୍ଲା ଏକ ଉତ୍ପାଦ” (ଓଡିଓପି) ପଦକ୍ଷେପ ଉତ୍ପାଦକଙ୍କ ଜୀବନ-ଜୀବିକାକୁ ସମୃଦ୍ଧ କରୁଛି। ସନ୍ତୁଳିତ ଆଞ୍ଚଳିକ ବିକାଶ ସହ ସମସ୍ତ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏହା ଲକ୍ଷ୍ୟ ରଖିଛି ବୋଲି “ଏକ ଜିଲ୍ଲା ଏକ ଉତ୍ପାଦ”କ୍ଷମତା ବିକାଶ କର୍ମଶାଳାରେ ଆଜି ଏହି ମତ ପ୍ରକାଶ ପାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧୀନ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ ଏହି…