ଆଧୁନିକ ଜ୍ଞାନ କୌଶଳ, କୃତ୍ରିମ ବୁଦ୍ଧିମତା ଓ ନିର୍ମାଣର ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗI ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳI ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ ଆଗରେ ପହଂଚି ପାରିଛି I ତେଣୁ କୋଠାବାଡି, ରାସ୍ତା ତଥା ସେତୁ ନିର୍ମାଣରେ ରାଜ୍ୟର ଇଞ୍ଜିନିୟର ମାନେ ନୂଆ ଟେକନୋଲୋଜି, ନୂଆ ଡିଜାଇନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…

ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଅଭିଭାଷଣରେ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଯୁବସମାଜ ନିମନ୍ତେ ରହିଥିବା ଆହ୍ବାନ ବିଷୟରେ ଧାରଣ ଦେଇ କହିଥିଲେ ଯେ, ଆଇନ  ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିଛନ୍ତି ଓ ଆଇନକୁ ସମାନ ଦେଇ ଛାତ୍ର ସମାଜ, ଯେଉଁମାନେ ଭବିଷ୍ୟତର  ନାଗରିକ, ସେମାନଙ୍କ ଦାୟିତ୍ବ ତଥା…

ଅମୃତ ସରୋବର ‘ନୂଆମୁଣ୍ଡା’: ନବୀକରଣ ଓ ସହଭାଗୀତାର ବଳିଷ୍ଠ ଉଦାହରଣ

ଭୁବନେଶ୍ବର/ବଲାଙ୍ଗିର: ଜଳ ସେଚନ, ସଂରକ୍ଷଣ ଓ ଦୈନନ୍ଦିନ ବ୍ୟବହାର ପାଇଁ ଅମୃତ ସରୋବର କାର୍ୟ୍ୟକ୍ରମରେ ଜଳାଶୟର ପୁନରୁଦ୍ଧାରର ସଫଳ କାହାଣୀ ହୋଇଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଗସିକାନାର ନୂଆମୁଣ୍ଡା ପୋଖରୀ।  ସରକାରଙ୍କ ଦ୍ୱାରା  ଯୋଜନା ପ୍ରଣୟନ, ପ୍ରଶାସନିକ ପ୍ରକ୍ରିୟା  ଏବଂ ସ୍ଥାନୀୟ ଲୋକଙ୍କ  ସହଭାଗୀତାରେ  ଏକ ଅବହେଳିତ ପୋଖରୀର ପୁନରୁଦ୍ଧାର ଯେତେ ସୁନ୍ଦର ଭାବରେ ହୋଇଛି ତାହା ଏକ ଉଦାହରଣ ହୋଇପାରିଛି। ପ୍ରାଚୀନ ଏବଂ ପୂଜ୍ୟ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ନିକଟରେ ୧.୧ …

ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନୟନ କାର୍ଯ୍ୟ ଶୀଘ୍ର ଶେଷ ପାଇଁ ନିର୍ଦେଶ

ଭୁବନେଶ୍ବର: ଶ୍ରୀଜଗନ୍ନାଥ କ୍ଷେତ୍ର ଭାବେ ପରିଚିତ ପୁରୀ ସହର ସହ ଅନେକଙ୍କ ଭାବାବେଗ ଜଡ଼ିତ ରହିଛି। ଅନେକ ଐତିହ୍ୟ, କିର୍ତ୍ତୀରାଜିର ସୁରକ୍ଷା ସହିତ ପୁରୀ ସହରକୁ କିଭଳି ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳାଯାଇ ପାରିବ ସେଠି ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେଯେ ଶ୍ରୀଜଗନ୍ନାଥ ମନ୍ଦିର…

ଅନଲାଇନରେ ରହିବ ନୋଟାରୀ ଓ ଆଇନଜୀବୀଙ୍କ ସମ୍ପୂର୍ଣ୍ଣ ଡାଟାବେସ

ଭୁବନେଶ୍ୱର: ରାଜ୍ୟରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିI ଏହି କ୍ରମରେ ନୂତନ ନୋଟାରୀ ନିଯୁକ୍ତି ଏବଂ ଅନଲାଇନ ଯୋଗେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ ପ୍ରସ୍ତୁତ ନେଇ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିI ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୋଟାରୀ ଓ ଆଇନଜୀବୀଙ୍କ ଲାଗି ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ…

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଶ୍ୱ ବ୍ୟାଙ୍କ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ (ଓଡ଼ିଶା ଷ୍ଟେଟ୍ କାପାବିଲିଟି ଏଣ୍ଡ ରେଜିଲିଏଣ୍ଟ ଗ୍ରୋଥ୍ ପଲିସି ପ୍ରୋଗ୍ରାମ) ର ତିନୋଟି ଉପାଦାନ ଅନ୍ତର୍ଗତ ପ୍ରଗତି ସଂପର୍କରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ରାଜ୍ୟ ପରିଚାଳନା କମିଟି ବୈଠକରେ କାର୍ଯ୍ୟ ସମୀକ୍ଷା କରିଥିଲେ। ଲୋକ ସେବା ଭବନସ୍ଥିତ ଯୋଜନା ଓ ସଂଯୋଜନ ବିଭାଗ…

ସେପ୍ଟେମ୍ବର ୨୮ରେ ହେବ ନ୍ୟାସନାଲ ମେଡିଏସନ କର୍ମଶାଳା

ଭୁବନେଶ୍ୱର: ମଧ୍ଯସ୍ଥତା ମାଧ୍ୟମରେ ମକଦମା ଗୁଡିକର ସମାଧାନ ନେଇ ଚଳିତ ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ହେବାକୁ ଯାଉଛି ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା। ଲୋକସେବା ଭବନସ୍ଥିତ କନଭେନସନ ହଲରେ ହେବାକୁ ଥିବା ଏହି କର୍ମଶାଳାକୁ ସବୁ ଦିଗରୁ ସଫଳ କରିବା ଲାଗି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ “ନ୍ୟାସନାଲ ମେଡିଏସନ କର୍ମଶାଳା”ରେ ଯୋଗ ଦେବାକୁ ଥିବା ଅତିଥି, ସେମାନଙ୍କ…

କନ୍ୟା ସନ୍ତାନ ସୁରକ୍ଷା ଉପରେ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା

କଟକ/ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ‘କନ୍ୟା ଶିଶୁ ସୁରକ୍ଷା: ଭାରତରେ କନ୍ୟା ସନ୍ତାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି। କଟକର ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଆୟୋଜିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟ ବିଚାରପତି ହରିଶ ଟଣ୍ଡନ୍‌ ହିଂସା, ବାଲ୍ୟବିବାହ ଏବଂ ଶୋଷଣରୁ କନ୍ୟାମାନଙ୍କୁ ସୁରକ୍ଷା…

ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କ କାରଣ ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ,  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ…

୭୦ଜଣ ମାଧ୍ୟମିକ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ଶିକ୍ଷା ପୁରସ୍କାର

ଭୁବନେଶ୍ୱର: ଆଜି କାଲି ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅସିମୀତ। ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରନ୍ତୁ। ପିଲାମାନଙ୍କୁ ନିଜ ଇଛାରେ ଉଡିବାକୁ ଦିଅନ୍ତୁ, ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଅନ୍ତୁ ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଜଣେ ମେଣ୍ଟର ଭାବେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସେବା…