ନୂଆପଡ଼ା ଜିଲ୍ଲାର ୯୪୪ ଜଣଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା
ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବାର ସଫଳ ରୂପାୟନ ସ୍ୱରୂପ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଦୂରଦୂରାନ୍ତ ଅଞ୍ଚଳ ଅଧିବାସୀଙ୍କ ନିମନ୍ତେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଚଳିତ ମାସ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସପିଟାଲରୁ ୧୧ ଜଣ ବିଶେଷଜ୍ଞ ଏହି ଶିବିରରେ ଅବସ୍ଥାନ କରି ଉଚ୍ଚତର ଚିକିତ୍ସା ନିମନ୍ତେ ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା…


