ଉପବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ ସରକାରୀ କାର୍ଯ୍ୟ ତୁଲାଇବା ଉଚିତ: ବାଚସ୍ପତି
ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ। ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲେ ସମାଜର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ତେଣୁ ପ୍ରତ୍ୟେକ ଅଧିକାରୀ ସରକାରଙ୍କ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଦ୍ୱାରା ଆମ ରାଜ୍ୟର ଅଶେଷ ଉପକାର ସାଧିତ ହୋଇପାରିବ ବୋଲି ବାଚସ୍ପତି ସୁରମା ପାଢ଼ୀ ପ୍ରକାଶ କରିଛନ୍ତି…


