କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତାକୁ ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ସମୟରେ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରିବେ। ସମବାୟ ମାଧ୍ୟମରେ ଫସଲ ଋଣ ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ଆଲୋଚନା ବୈଠକରେ ଏହି ମତ ପ୍ରକାଶ ପାଇଛି। ବୈଠକରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଅଧ୍ୟକ୍ଷତା କରି…

ରାଜ୍ୟ ଲ’ କମିଶନ ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ତୋଷାଳୀ ଭବନ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପଦାଧିକାରୀ ସଦସ୍ୟ ମାନସ ରଞ୍ଜନ ବାରିକ, ପ୍ରଫେସର ଲଳିତ କୁମାର ଦେବ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥଲେ। ଏହି ପ୍ରଥମ ବୈଠକରେ ପାଞ୍ଚଟି କାର୍ଯ୍ୟସୂଚୀ…

କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଓ ନବସୃଜନର ନିଦର୍ଶନ- ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ…

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜୁନ୍ ୨୯ ତାରିଖରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର

ଭୁବନେଶ୍ୱର: ଓଡିଶା ସରକାରଙ୍କ ଗୃହ (ସ୍ୱତନ୍ତ୍ର ଶାଖା) ବିଭାଗ, ବିଜ୍ଞପ୍ତି ସଂଖ୍ୟା ୧୩୮୯/ସି, ଭୁବନେଶ୍ୱର ତାରିଖ ୨୯.୦୬ .୨୦୨୫ ଅନୁଯାୟୀ, ତା.୨୯.୦୬ .୨୦୨୫ରେ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସ ନସଚିବ, ଓଡ଼ିଶାଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ସଂପର୍କରେ ରାଜ୍ୟ ଯୋଜନା ଓ ସଂଯାଜନ ବିଭାଗ ତରଫରୁ ଗତ ଜୁଲାଇ ୩ ତାରିଖରେ…

ପ୍ରଶାସନରେ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)ର ଉପଯୋଗ (ଏ.ଆଇ. ଚମ୍ପିଆନ/ କାଟାଲିଷ୍ଟ) ତାଲିମ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ଦେବା ନିମନ୍ତେ ରାଜ୍ୟ କନଭେନ୍‍ସନ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଚାରିଦିନିଆ କର୍ମଶାଳା ଆରମ୍ଭ ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ହେଉଛି…

ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ରିଅଲ ଟାଇମ ମନିଟରିଂ ପାଇଁ ସୁଦୃଢ  ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବସ୍ଥା

ଭୁବନେଶ୍ୱର : ଓଡ଼ିଶାରେ ମେଗା ପାଇପ ଜଳ ଯୋଗାଣ (ପିଡବ୍ୟୁଏସ୍) ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ସେସବୁର ପରିଚାଳନା ଓ ରକ୍ଷଣାବେକ୍ଷଣ ପରିପ୍ରେକ୍ଷୀରେ  ସଂପୃକ୍ତ ବିଭିନ୍ନ ବିଭାଗର ସମନ୍ୱୟକୁ ଅଧିକ ସୁଦୃଢ଼  କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପଞ୍ଚାୟତିରାଜ…

ବାଲେଶ୍ୱର ବନ୍ୟାସ୍ଥିତି: ଲୋକ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ବାଲେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରର ବିଭିନ୍ନ ବନ୍ୟାଜଳ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଲୋକ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଥମେ ଆକାଶ ମର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ବୁଲି ଦେଖିଥିଲେ। ଆକାଶମାର୍ଗରୁ ବନ୍ୟାଜଳ ପ୍ରଭାବିତ ଚାଷଜମି ଏବଂ ବିଭିନ୍ନ ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଅନୁଧ୍ୟନ କରିଥିଲେ। ବିଶେଷ କରି ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ମୋଟ ୬ଟି…

ଜନସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଆଧାର ଏକ ପ୍ରକୃଷ୍ଟ ମାଧ୍ୟମ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିଗତ ଏକଦଶନ୍ଧି ମଧ୍ୟରେ ଆଧାର ଭାରତୀୟମାନଙ୍କ ଜୀବନକୁ ସହଜ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଉଦାହରଣ ସ୍ୱରୂପ ଆଧାର ପ୍ଲାଟଫର୍ମ ବ୍ୟବହାର କରି ଓଡ଼ିଶା ସରକାର ଖୁବ୍‌ ଅଳ୍ପ ଦିନ ମଧ୍ୟରେ ‘ସୁଭଦ୍ରା’ଭଳି ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି । ଆଧାର ଇକୋ ସିଷ୍ଟମ୍‌ର ବ୍ୟାପକ ବ୍ୟବହାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏକ ସମ୍ମିଳିତ ପ୍ରୟାସ କ୍ରମେ ରାଜ୍ୟରେ ଥିବା ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରିପାରିଲେ…

ନବ ନିଯୁକ୍ତ ପୌର ଅକାଉଣ୍ଟାଣ୍ଟମାନଙ୍କ ପାଇଁ  ଇଣ୍ଡକ୍ସନ୍ ଟ୍ରେନିଂ

 ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୃହନିର୍ମାଣ  ଓ ନଗର ଉନ୍ନୟନ ବିଭାଗ, ତରଫରୁ   ଅର୍ବାନ ଲୋକାଲ୍ ବଡି ମାନଙ୍କରେ ନବ ନିଯୁକ୍ତ ଅକାଉଣ୍ଟାଣ୍ଟମାନଙ୍କ ପାଇଁ  ଏକ ୪୦ ଦିନିଆ ଇଣ୍ଡକ୍ସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରରେ ଆୟୋଜିତ ହେଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ  ମୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ…

ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନକୈନ୍ଦ୍ରିକ ଶାସନ ପରିଚାଳନା ପାଇଁ  ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ ଶାସନ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକାରୀ ହେଉଥିବା ଜନଶୁଣାଣି ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ ସମୀକ୍ଷାକର।ଯାଇଥିଲା। ୨୦୨୪ ଜୁନ ମାସ ଠାରୁ ବିଭିନ୍ନ ମାଧ୍ୟମରେ ଗୃହୀତ ହୋଇଥିବା ଜନ ଅଭିଯୋଗ ମଧ୍ୟରେ ଅଦ୍ୟାବଧି …