“ଓଡ଼ିଶାର ସଂସ୍କୃତି” ଶୀର୍ଷକକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ପଦ୍ମଶ୍ରୀ ବିନୋଦ ମହାରଣା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। “ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସଂସ୍କୃତିକୁ ସମୃଦ୍ଧ…

‘ହର୍‌ମାନ କୁଲ୍‌କେଙ୍କ ରଚିତ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଭାରତର ଇତିହାସ ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ’

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟା ଭବନ ଠାରେ ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ସ୍ମୃତିରେ ଏକ ସାରସ୍ୱତ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ଗତ ମାର୍ଚ୍ଚ ୧୦,୨୦୨୬ରେ ଐତିହାସିକ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ମହାପ୍ରୟାଣ ହୋଇଛି। ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ବିଶିଷ୍ଟ କଥାକାର ଗୌରହରି ଦାସ, ବିଶିଷ୍ଟ ଐତିହାସିକ ପ୍ରଫେସର…

ସମ୍ବଲପୁର ଜିଲ୍ଲା ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଆୟୋଜିତ ହେଉଛି ନାଟକ ଉତ୍ସବ “ରଙ୍ଗ ସଙ୍ଗମ”

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”। ସମ୍ବଲପୁର ଜିଲ୍ଲା ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ମାର୍ଚ୍ଚ ମାସ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”ର ଆୟୋଜିତ ହେଉଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ…

ପଦ୍ମଶ୍ରୀ ହରିହରନଙ୍କ ଗଜଲରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ହରିହରନ ଯୋଗଦେଇ ସମସ୍ତ ଦର୍ଶକମାନଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ବୃନ୍ଦାବନ ମହୋତ୍ସବର ପ୍ରଥମାର୍ଦ୍ଧରେ ବୃନ୍ଦାବନ ଗୁରୁକୁଳର ଶିଳ୍ପୀମାନେ ସାମୂହିକ ବଂଶୀବାଦନ କରିଥିଲେ। “ବୈଷ୍ଣବ ଜନ ତୋ ତେନେ କହିୟେ” ଏବଂ “ରଙ୍ଗ ବରସେ” ସଙ୍ଗୀତକୁ…

ରାଜସ୍ୱ ବିଭାଗରେ ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଧାନ କଲେ ପାରମ୍ପରିକ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର: ରାଜସ୍ୱ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ ଉଦ୍ୟମକୁ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ସମୃଦ୍ଧ ଓ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରି କାର୍ଯ୍ୟାଳୟକୁ ଆସିଥିଲେ। ଏହା ମାଧ୍ୟମରେ ରାଜ୍ୟର ପାରମ୍ପରିକ ବୟନ ଓ ହସ୍ତତନ୍ତ ଶିଳ୍ପ ପ୍ରତି ସମ୍ମାନ ଓ ସମର୍ଥନ ପ୍ରକାଶ ପାଇଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଲୋକସେବା ଭବନ ସମ୍ମୁଖରେ ସମସ୍ତଙ୍କର ଏକ…

ବିଧାନସଭା ପରିସରରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ। ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି । ଜାତିର ମୁକ୍ତିଦାତା ସାଜି ଧରାପୃଷ୍ଠରେ ଅବତରଣ କରିଥିବା ଏହି ଯଶସ୍ୱୀ ଯୋଗଜନ୍ମା। ତାଙ୍କ ଜୀବଦ୍ଦଶାରେ ସେବା, ତ୍ୟାଗ, ପରୋପକାର ଓ ନିଷ୍ଠା ପରି ମାନବୀୟ ଗୁଣଗୁଡ଼ିକ ସେ ଆପଣାର କରିପାରିଥିଲେ। ଅପର ପକ୍ଷରେ ତାଙ୍କ ଭିତରେ ଦୁଃସାହସିକତା ତଥା…

“ସାହିତ୍ୟ ଆମ ସମାଜର ଦର୍ପଣ”

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା, ମୁମ୍ବାଇର ମିଳିତ ଆନୁକୂଲ୍ୟରେ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନ ଠାରେ “ଓଡ଼ିଆ-ମରାଠୀ ଅନୁବାଦ କର୍ମଶାଳା ଓ କବିତା ପାଠୋତ୍ସବ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଦୀନେଶ ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ ମରାଠୀ ସାହିତ୍ୟର ସାରସ୍ୱତ କୃତି ଯଥା ଗଳ୍ପ, କବିତା, ପ୍ରବନ୍ଧ ଓ ଉପନ୍ୟାସ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା…

କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ-୨୦୨୬ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

କଟକ: ଐତିହାସିକ କଟକ ସହରର କୋର୍ ଅଞ୍ଚଳ ବା ପୁରାତନ ବସ୍ତିଗୁଡ଼ିକର ବିକାଶ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ କାର୍ଯ୍ୟକାରୀ ହୋଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ ‘ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ ଫର୍ ଓଲ୍ଡ ଏରିଆଜ୍, ୨୦୨୬’ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ନୂତନ ନିୟମାବଳୀର ମୁଖ୍ୟ ବୈଶିଷ୍ଟ୍ୟ:  * ୪୩ଟି ୱାର୍ଡରେ ଲାଗୁ: ରୂପା ସହର ଭାବେ ପରିଚିତ କଟକର ୪୩ଟି ପୁରାତନ ୱାର୍ଡରେ ଏହି…

ପୂର୍ବ ରେକର୍ଡ଼କୁ ଭାଙ୍ଗିଲେ ୭ ଜଣ ଟେରାକୋଟା କାରିଗର

ଭୁବନେଶ୍ୱର : ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼ କରିଛି ଓଡ଼ିଶା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ “ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି” ପ୍ରତିଯୋଗିତାରେ ଦୁଇଟି ନୂଆ କୀର୍ତ୍ତିମାନ “ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍”ଲିପିବଦ୍ଧ ହୋଇଛି। ଏକକାଳୀନ ୧୦୦୦ ମୃତ୍ତିକା ଶିଳ୍ପୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବାଧିକ ପ୍ରତିଯୋଗୀ ବର୍ଗରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେହିପରି ପୂର୍ବ ରେକର୍ଡ଼କୁ ଭାଙ୍ଗି ୭ ଜଣ ମୃତ୍ତିକା କାରିଗର ନୂଆ ରେକର୍ଡ଼ ସୃଷ୍ଟି…

ତୋଷାଳି ସ୍ବଦେଶୀ ମେଳାରେ ହସ୍ତତନ୍ତ ଫ୍ୟାଶନ୍ ଶୋ’ର  ଆୟୋଜନ

ଭୁବନେଶ୍ୱର: ୨୦ତମ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏକ ଆକର୍ଷଣୀୟ ହସ୍ତତନ୍ତ ଫ୍ୟାଶନ୍ ଶୋ ଅନୁଷ୍ଠିତ ହୋଇଥିଲା। ଏହି ଶୋ ଓଡ଼ିଶାର ସମୃଦ୍ଧ ବୟନ ପାରମ୍ପରିକତାକୁ ଆଧୁନିକ ମଞ୍ଚରେ ଉପସ୍ଥାପନ କରି ମେଳାର ମୁଖ୍ୟ ଆକର୍ଷଣରେ ପରିଣତ ହୋଇଥିଲା। ଏହି ଅବସରରେ ଜାତୀୟ ସ୍ତରରେ ପୁରସ୍କୃତ ପ୍ରସିଦ୍ଧ ବୁଣାକାରମାନଙ୍କୁ ସମ୍ମାନ ଜଣାଯାଇଥିଲା। ସେମାନେ ହେଲେ Bhakta Raj Meher (ଭକ୍ତରାଜ ମେହେର), R. K. Meher (ଆର୍‍….