ନାଟକ ‘ରାଷ୍ଟ୍ର ପୁରୁଷ ଅଟଳ’ ପରିବେଷଣ
ଭୁବନେଶ୍ୱର: ଭାରତ ରତ୍ନ ଅଟଳ ବିହାରୀଙ୍କ ଭଳି ରାଜନେତା ଭାରତୀୟ ରାଜନୀତିରେ ବିରଳ। ତାଙ୍କଭଳି ରାଷ୍ଟ୍ରନାୟକ ଯୁଗେ ଯୁଗେ ଦେଶବାସୀଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇ ରହିବେ। ଏଭଳି ଜଣେ ଉଜ୍ଜଳ ନକ୍ଷତ୍ରଙ୍କ ତ୍ୟାଗ, ନିଷ୍ଠା ଓ ଦେଶଭକ୍ତି ତଥା ରାଷ୍ଟ୍ର ନିର୍ମାଣରେ ଅବଦାନ ପ୍ରତି ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମ…


