ଜଗନ୍ନାଥ ଚେତନା ଉପରେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଆଲୋଚନାଚକ୍ର
ଭୁବନେଶ୍ୱର: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପରିସରରେ ଗୁରୁବାର ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ତତ୍ତ୍ଵର ବିଭିନ୍ନ ଦିଗ ଉପରେ ବିଶିଷ୍ଟ ବ୍ୟକ୍ତିମାନେ ଆଲୋକପାତ କରିଥିଲେ। ଆଧ୍ୟାତ୍ମିକତା, ବିଶେଷକରି ଜଗନ୍ନାଥ ଚେତନା ପ୍ରତି ଭବିଷ୍ୟତ ପିଢ଼ିକୁ ଆକୃଷ୍ଟ କରିବା ଏବଂ ଓଡ଼ିଆ ଡାଟାସେଟ ପ୍ରସ୍ତୁତ କରି ଇଣ୍ଟର୍ନେଟ୍ରେ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜଗନ୍ନାଥ ତତ୍ତ୍ଵର କ୍ରମବିକାଶ, ନବକଳେବର, ତିନି ଠାକୁରଙ୍କ ବେଶ, ଛପନ…


