‘ଶ୍ରୀଲ  ପ୍ରଭୁପାଦ ଜୀ ହେଉଛନ୍ତି ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ’ 

ଭୁବନେଶ୍ୱର: ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ବଳିତ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାହଲାଲ ଇଣ୍ଡୋର ଷ୍ଟାଡିଅମ ଠାରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବ ଅବସରରେ କହିଛନ୍ତି।…

ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶା ସମ୍ମାନିତ

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ଓ ସମ୍ମାନପତ୍ର ଦିଲ୍ଲୀସ୍ଥିତ ଏମ୍ସରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟ ପରାମର୍ଶଦାତାଙ୍କ  ଦ୍ୱାରା ଗ୍ରହଣ କରାଯାଇଛି। ସେହିପରି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ତମାଖୁ…

“ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”

ଭୁବନେଶ୍ଵର /ବ୍ରହ୍ମପୁର : ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁରସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟଠାରେ ଆୟୋଜିତ ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ  ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ  ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବବର୍ଗଙ୍କ ସ୍ୱାସ୍ଥ୍ୟ…

ଆଇଟିଆଇ ଉନ୍ନତିକରଣ ପାଇଁ ଜାତୀୟ ଯୋଜନା ଉପରେ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା (ଏମ୍‌ଏସଡିଇ)ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି କର୍ମଶାଳାରେ ହବ୍‌-ଏଣ୍ଡ-ସ୍ପୋକ୍‌ ମଡେଲ୍‌ ମାଧ୍ୟମରେ…

ନିର୍ଦ୍ଧାରିତ ସମୟ ମଧ୍ୟରେ ପାନୀୟ ଜଳ ଯୋଗାଇବା କାର୍ୟ୍ୟ ସମାପ୍ତ କରିବାକୁ ମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ସମଗ୍ର ଓଡ଼ିଶାବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି। ରାଜ୍ୟରେ ଗ୍ରାମାଞ୍ଚଳରେ ଏହି କାର୍ୟ୍ୟକୁ ଉଚିତ ଭାବରେ କାର୍ୟ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବୃହତ  ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ବରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ପଞ୍ଚାୟତିରାଜ…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ

ଭୁବନେଶ୍ୱର: ଜାତୀୟ ଗ୍ରନ୍ଥାଗାରିକ ଦିବସ ଉପଲକ୍ଷେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ ଆର ରଙ୍ଗନାଥନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଅନୁଜା ତାରିଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟ ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ, ପ୍ରଫେସର ଡ଼. ପୁଷ୍ପାଞ୍ଜଳୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଫେସର ବାମନ ପରିଡ଼ା, ଉତ୍କଳ ବିଶ୍ଵବିଦ୍ୟାଳୟ, ପାଠାଗାର ଓ ସୂଚନା…

ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ସଂରକ୍ଷଣ, ବିଶେଷକରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ଉପରେ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଶ୍ରୀ ସିଂହଦେଓ ବୈଠକରେ କହିଛନ୍ତି ଯେ, ଆମେ ନବୀକରଣୀୟ ଶକ୍ତି ଆଡକୁ ଅଗ୍ରସର ହେଉଥିବା ସମୟରେ ଓଡ଼ିଶା ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ପାଇଁ ଅଗ୍ରସର ହେଉଛି କାରଣ ଏହା ସମୟର ଆବଶ୍ୟକତା। ନବୀକରଣୀୟ ଶକ୍ତି ପଦକ୍ଷେପଗୁଡ଼ିକ…

ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ

ଭୁବନେଶ୍ୱର / କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ  ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆବଶ୍ୟକ ଥିବା…

ରାଷ୍ଟ୍ରପତି ଭବନରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର 20 ଜଣ ବିଦ୍ୟାର୍ଥୀ। ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର ଲାଇଂ, ଭବାନୀପୁର, ମହାସିଙ୍ଗ ଓ ଫିରିଙ୍ଗିଆ  ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ ଓ 4 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇବା ପରେ ରାକ୍ଷୀ ପୂର୍ଣ୍ଣିମା ପାଳିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହି ବିଶେଷ ଅବସରରେ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଲାଇଂର ପାଞ୍ଚଜଣ ଛାତ୍ରୀ…

ବ୍ୟାପକ ପ୍ରଶିକ୍ଷଣ ଓ ଜନ ସଚେତନତା ତୃଣମୂଳ ସ୍ତରରେ ଜନଜାତିମାନଙ୍କୁ ସଶକ୍ତ କରିବ

ଭୁବନେଶ୍ୱର: ଜନଜାତିମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକୁ ତୃଣମୂଳ ସ୍ତରରେ ଅଧିକ ପ୍ରଭାବୀ ଓ ଫଳପ୍ରଦ କରିବା ପାଇଁ ଭାରତ ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ତରଫରୁ ନିଆଯାଇଥିବା ‘ଆଦି କର୍ମଯୋଗୀ ଅଭିଯାନ’ ପଦକ୍ଷେପର ସଫଳ ରୂପାୟନ ସମ୍ପର୍କିତ ଏକ ବୈଠକ ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗିତା ଓ…