ଆଇଆଇଏମ୍‌, ସମ୍ବଲପୁର ସହ ଚୁକ୍ତି କଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବ-ସମ୍ବଳକୁ ଆଧାର କରି ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର ବ୍ୟାପକ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଆଇଆଇଏମ୍‌, ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନରେ ସ୍ୱାକ୍ଷରିତ ହୋଇଛି। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି…

‘ଆମ ହସ୍ତତନ୍ତ ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ’

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ,…

ତୃଣମୂଳସ୍ତରରେ ଜନଜାତି କଲ୍ୟାଣ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ବର: ଭାରତ ତଥା ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମିଶନ୍ ମୋଡରେ ଆରମ୍ଭ ହୋଇଛି “ଆଦି କର୍ମଯୋଗୀ ଅଭିଯାନ” । ବିକଶିତ ଭାରତ @୨୦୪୭ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ଅଧିନରେ ଏକ ପ୍ରଶିକ୍ଷିତ କ୍ୟାଡର ପ୍ରସ୍ତୁତ କରି ଜନଜାତି ସମ୍ପ୍ରଦାୟଙ୍କ ନିକଟରେ ସରକାରଙ୍କ ସେବାକୁ ପହଞ୍ଚାଇବା ଏବଂ ସରକାରଙ୍କ ପ୍ରତି ସେମାନଙ୍କର ବିଶ୍ବାସକୁ ଦୃଢୀଭୂତ କରିବା ଉଦ୍ଦେଶ୍ୟରେ ଆଦି କର୍ମଯୋଗୀ ଅଭିଯାନର ଶୁଭାରମ୍ଭ।…

ସବୁଜ ସଡକ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ହେବ

ଭୁବନେଶ୍ୱର: ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।  ଶ୍ରୀମତୀ ପାଢୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ ପରିବେଶ-ଅନୁକୂଳ ଅଭ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ପ୍ଲାଷ୍ଟିକ୍ ଅଳିଆ, ବିଶେଷକରି ବୋତଲ ଏବଂ କ୍ୟାରୀ ବ୍ୟାଗ…

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଚେତନତା ବୈଠକ

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟି  (Internal Complaint Committee)  ଦ୍ୱାରା କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ-୨୦୧୩ର ରୂପାୟନ ସମ୍ବନ୍ଧୀୟ ଏକ  ବିସ୍ତୃତ ଆଲୋଚନାଚକ୍ର ଅନୁଷ୍ଠିତ  ହୋଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭାପତି  ସୌଦାମିନୀ ସେଠୀ, ସ୍ଵତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜଶ୍ରୀ ସିଂହ, ସ୍ଵତନ୍ତ୍ର…

ଅଗଷ୍ଟ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ‘ଏକତା’ ଉତ୍ସବ 

ଭୁବନେଶ୍ଵର: ଓଡ଼ିଶାର ବୁଣାକାରମାନେ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା। ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡ଼ା ନୁହେଁ, ଏହା ଆମ ଐତିହ୍ୟ। ଓଡ଼ିଶାର ହସ୍ତତନ୍ତ – ଐତିହ୍ୟର ସୂତ୍ରଧର  ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ। ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ ଆୟୋଜନ ଉପଲକ୍ଷେ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ।  ସୂଚନାଯୋଗ୍ୟ; ଓଡ଼ିଶା ସରକାରଙ୍କ ହସ୍ତତନ୍ତ,…

ତାଲଚେର ଓ ଫୁଲବାଣୀ ସରକାରୀ ଚିକିତ୍ସା ମହାବିଦ୍ୟାଳୟରେ ୨୦୦ MBBS ସିଟରେ ନାମଲେଖା ପାଇଁ  ଅନୁମତି ପତ୍ର ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ  ଅନୁରୋଧ

ଭୁବନେଶ୍ଵର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ଵାବଧାନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡିଶା ସରକାର ଡ଼ ମୁକେଶ ମହାଲିଙ୍ଗ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଫୁଲବାଣୀର ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ ସିଟରେ ନାମ ଲେଖା ପାଇଁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟି ଅନୁମତି ପତ୍ର (LoP) ଅନୁରୋଧ କରିବା…

ପାର୍କରେ ଭିନ୍ନକ୍ଷମଙ୍କ ପାଇଁ ସୁଲଭ ଭିତ୍ତିଭୂମି ସୁନିଶ୍ଚିତ କରିବାକୁ ନିର୍ଦେଶ

ଭୁବନେଶ୍ଵର: ଓଡ଼ିଶାର ସହରାଞ୍ଚଳ ଉନ୍ନୟନ ଏଜେଣ୍ଡାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ସ୍ୱରୂପ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏକ ନୂତନ ଶାସନ ବ୍ୟବସ୍ଥାର ଆରମ୍ଭକୁ ଚିହ୍ନିତ କରି ମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତି ମାସର ପ୍ରଥମ ମଙ୍ଗଲବାର ବର୍ତ୍ତମାନ ଗୃହନିର୍ମାଣ ଓ ନଗରୁନ୍ନୟନ ବିଭାଗ  ବିଭାଗ ପାଇଁ ଏକ ଉତ୍ସର୍ଗୀକୃତ…

ସେପ୍ଟେମ୍ବର ୨୮ରେ ମେଡିଏସନ ଆଇନ ୨୦୨୩ ସମ୍ପର୍କିତ ଜାତୀୟ କର୍ମଶାଳା

ଭୁବନେଶ୍ୱର: ମେଡିଏସନ ମାଧ୍ୟମରେ ମକଦମା ଗୁଡିକର ସମାଧାନ ପାଇଁ ଉଦିଷ୍ଟ ଥିବା ଆଇନଗତ ଦିଗ ଉପରେ ଆଲୋଚନା ନିମନ୍ତେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତିI ଏହି କ୍ରମରେ ଆସନ୍ତା ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳା ଆୟୋଜନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛିI ଲୋକସେବା ଭବନସ୍ଥିତ ଆଇନ ବିଭାଗ…

ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’  ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ତନ୍ୟପାନ ଦ୍ୱାରା ଉଭୟ…