ଦଇତାପତି, ନିଯୋଗ, ସେବାୟତ ଓ ମଠଗୁଡ଼ିକ ବ୍ୟବହାର କରୁଥିବା ଜମିର ହେବ ସୁବନ୍ଦୋବସ୍ତ
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ସଠିକ୍ ପରିଚାଳନା ଅଭାବରୁ ଅନେକ ଜମି ଜବରଦଖଲରେ ରହିଛି। ଫଳରେ ଏଥିରୁ ଶ୍ରୀମନ୍ଦିରର କିଛି ଆୟ ହେଉନାହିଁ। ଅନେକ ସ୍ଥଳରେ ଗରିବ ତଥା ଭୂମିହୀନ ସେବାୟତମାନେ ଦୀର୍ଘ ବର୍ଷ ବର୍ଷ ହେବ ଏହି ଜମିରେ ବସବାସ କରୁଥିଲେ ମଧ୍ୟ ଏହି ଜମି ଉପରେ କୌଣସି ଅଧିକାର ସାବ୍ୟସ୍ତ କରିପାରୁ ନାହାନ୍ତି।…


