ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତଙ୍କ ଚମତ୍କାର ପ୍ରଦର୍ଶନ
ଭୁବନେଶ୍ୱର : ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ କରିଛନ୍ତି। ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ପାରା ସନ୍ତରଣ ଦଳର କ୍ରୀଡ଼ାବିତ୍ମାନଙ୍କୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି। “ପାରା…


