ଶସ୍ତା ଓ ସମାବେଶୀ ସାର୍ବଜନିକ ପରିବହନ ସୁଦୃଢ଼ କରିବା ପାଇଁ ମୁଖ୍ୟ ସଂସ୍କାର ଉପରେ ସମୀକ୍ଷା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମ୍ବିଏସ୍) ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଖାରବେଳ ଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାର୍ବଜନୀନ ପରିବହନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଓ ଆଗାମୀ ପର୍ଯ୍ୟାୟର ରୂପରେଖ ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ସହର ଓ ଗ୍ରାମାଞ୍ଚଳରେ ସେବା କ୍ଷମତା ବୃଦ୍ଧି, ସହଜ ଓ ଶସ୍ତା…


