ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ରିଅଲ ଟାଇମ ମନିଟରିଂ ପାଇଁ ସୁଦୃଢ  ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବସ୍ଥା

ଭୁବନେଶ୍ୱର : ଓଡ଼ିଶାରେ ମେଗା ପାଇପ ଜଳ ଯୋଗାଣ (ପିଡବ୍ୟୁଏସ୍) ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ସେସବୁର ପରିଚାଳନା ଓ ରକ୍ଷଣାବେକ୍ଷଣ ପରିପ୍ରେକ୍ଷୀରେ  ସଂପୃକ୍ତ ବିଭିନ୍ନ ବିଭାଗର ସମନ୍ୱୟକୁ ଅଧିକ ସୁଦୃଢ଼  କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପଞ୍ଚାୟତିରାଜ…

ଆନ୍ତର୍ଜାତିକ ସମବାୟ ଦିବସ ପାଳିତ

ଭୁବନେଶ୍ଵର : ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ୧୦୩ତମ ଆନ୍ତର୍ଜାତିକ ସମବାୟ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ହାଉସିଂ ବୋର୍ଡ ଛକ, ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ କହିଥିଲେ, ସେବା ହିଁ ସମବାୟର ମୂଳ ଧର୍ମ। ସମବାୟ ଅନୁଷ୍ଠାନକୁ “ୱାନ୍ ଷ୍ଟପ୍ ସପ୍ରେ ପରିଣତ କରି ଗ୍ରାମୀଣ ଜୀବନରେ ଆବଶ୍ୟକ ହେଉଥିବା ସମସ୍ତ…

ବାଲେଶ୍ୱର ବନ୍ୟାସ୍ଥିତି: ଲୋକ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ବାଲେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରର ବିଭିନ୍ନ ବନ୍ୟାଜଳ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଲୋକ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଥମେ ଆକାଶ ମର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ବୁଲି ଦେଖିଥିଲେ। ଆକାଶମାର୍ଗରୁ ବନ୍ୟାଜଳ ପ୍ରଭାବିତ ଚାଷଜମି ଏବଂ ବିଭିନ୍ନ ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଅନୁଧ୍ୟନ କରିଥିଲେ। ବିଶେଷ କରି ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ମୋଟ ୬ଟି…

ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ “ସମବାୟ ପଦଯାତ୍ରା”

ଭୁବନେଶ୍ୱର : ଲାଭ ନୁହେଁ, ସେବା ପାଇଁ ସମର୍ପିତ ସମବାୟ ଅନୁଷ୍ଠାନ। ବ୍ୟକ୍ତି ଅପେକ୍ଷା ଗୋଷ୍ଠୀର ବିକାଶ ପାଇଁ ପ୍ରତିବଦ୍ଧ ଥିବା ସମବାୟ ଅନୁଷ୍ଠାନ ଗ୍ରାମୀଣ ଓଡ଼ିଶାର ଗ୍ରୋଥ୍ ଇଂଜିନ୍ ସାଜିବ ବୋଲି ମାନ୍ୟବର ସମବାୟ ତଥା ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। “ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫” ପାଳନ ଉପଲକ୍ଷେ ଆୟୋଜିତ “ସମବାୟ ପଦଯାତ୍ରା”ର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି।  ସ୍ଥାନୀୟ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସ୍କାଇମେଟ୍ ୱେଦର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ (WINDS) ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସ୍କାଇମେଟ୍ ୱେଦର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ ​​କରିବା ଉଦ୍ଦେଶ୍ୟରେ ଭାରତ ସରକାର ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ…

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୋଂଟାନା ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ମୋଂଟାନାରୁ ଆସିଥିବା ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ଦିନ ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ଇଣ୍ଡିଆ ଟ୍ରେକ – ୨୦୨୫ କାର୍ଯ୍ୟକ୍ରମରେ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଅଛନ୍ତି। ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ ଜଣାଇ ରାଜ୍ୟପାଳ ଓଡିଶାର ସମୃଦ୍ଧ ସଂସ୍କୃତି, କଳା ଏବଂ ସାମାଜିକ ପ୍ରଗତି ବିଷୟରେ ଅବଗତ କରାଇଥିଲେ। ପ୍ରତିନିଧିମଣ୍ଡଳୀ ଭାରତର ବିବିଧତା ଅନୁସନ୍ଧାନ କରିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରି ଏପରି ପରିଦର୍ଶନ ବିଭିନ୍ନ ଦେଶର…

ଜଳବାୟୁ ସହନଶୀଳ କଙ୍କଡ଼ା ଚାଷ ପଦ୍ଧତି ପାଇଁ ଏକ୍ରିକ୍ ପୁରସ୍କୃତ

ଭୁବନେଶ୍ୱର: ଜୁଲାଇ ୧ରୁ ୩ ତାରିଖପର୍ଯ୍ୟନ୍ତ ଚେନ୍ନାଇ ବ୍ୟବସାୟିକ କେନ୍ଦ୍ର (ଟ୍ରେଡ୍ ସେଣ୍ଟର)ରେ ଅନୁଷ୍ଠିତ ହୋଇଥିବା “ସିଫୁଡ୍ ଏକ୍ସପୋ  ଭାରତ-୨୦୨୫ (ଏସଇବି-୨୫)” ରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ସରକାରୀ କ୍ଷେତ୍ର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କାର୍ଯ୍ୟକାରୀ ଭାରତର କୋଷ୍ଟାଲ୍ କମ୍ୟୁନିଟିମାନଙ୍କର  ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ଏହି ସମ୍ମାନ ଜନକ ପୁରସ୍କାର ଲାଭ କରିଛି। ଏହି ସ୍ୱୀକୃତି ଏକ୍ରିକ୍, ଓଡିଶାର…

“ଶବରୀ ଭବନ ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ ”

ଭୁବନେଶ୍ୱର: ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥ IRC Village ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ…

ସୁରକ୍ଷିତ ବିଦ୍ୟୁତ ଭିତ୍ତିଭୂମି ଆମର ପ୍ରାଥମିକତା- ସିଂହଦେଓ

ଭୁବନେଶ୍ୱର: ଲୋକସେବା ଭବନରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।  ରାଜ୍ୟର ୩୦ ପ୍ରତିଶତରୁ ଅଧିକ ଲୋଡ଼ର ଚାହିଦା ପୂରଣ କରୁଛି ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ। ଏହାସହ, ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ। ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ତଥ୍ୟ ପରିଚାଳନା, କାର୍ଯ୍ୟାବଳୀର ସୁରକ୍ଷା ଭିତ୍ତିଭୂମି ସୁଦୃଢ଼ ଓ…

ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ରେଳ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶରେ ବିପୁଳ ଭକ୍ତସମାବେଶକୁ ଦୃଷ୍ଟିରେ ରଖି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ପୂର୍ବତଟ ରେଳପଥ, ଭୁବନେଶ୍ୱରର ମହାପ୍ରବନ୍ଧକଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ପୁରୀ ରେଳ ଷ୍ଟେସନରେ ଭିଡ଼ ପରିଚାଳନା ଏବଂ ଯାତ୍ରୀ ସୁରକ୍ଷା ପ୍ରୋଟୋକଲର ସମୀକ୍ଷା କରିଛନ୍ତି। ଡିଜିପି, ଏଡିଜି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପୁରୀରେ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା…