ଜନସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଆଧାର ଏକ ପ୍ରକୃଷ୍ଟ ମାଧ୍ୟମ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ବିଗତ ଏକଦଶନ୍ଧି ମଧ୍ୟରେ ଆଧାର ଭାରତୀୟମାନଙ୍କ ଜୀବନକୁ ସହଜ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଉଦାହରଣ ସ୍ୱରୂପ ଆଧାର ପ୍ଲାଟଫର୍ମ ବ୍ୟବହାର କରି ଓଡ଼ିଶା ସରକାର ଖୁବ୍ ଅଳ୍ପ ଦିନ ମଧ୍ୟରେ ‘ସୁଭଦ୍ରା’ଭଳି ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି । ଆଧାର ଇକୋ ସିଷ୍ଟମ୍ର ବ୍ୟାପକ ବ୍ୟବହାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏକ ସମ୍ମିଳିତ ପ୍ରୟାସ କ୍ରମେ ରାଜ୍ୟରେ ଥିବା ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରିପାରିଲେ…
