ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଯାପିତ

ଭୁବନେଶ୍ୱର:  ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ ଯୋଗ ଦେଇ ଚାମ୍ପିୟନ  ସୁନ୍ଦରଗଡ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଏହାସହ ରନର୍ସ ଅପ ଟ୍ରଫି ଝାରସୁଗୁଡା ଟିମକୁ  ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ ପୋଲିସ ଟିମ  ଓ ଝାରସୁଗୁଡା ପୋଲିସ ଟିମ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା।…

ଏସଏଚଜି ମହିଳାଙ୍କ ପାଇଁ ‘କସମେଟୋଲେଜି ଓ ଉଦ୍ୟୋଗ ବିକାଶ’ ଉପରେ ସ୍ୱତନ୍ତ୍ର ତାଲିମ କାର୍ୟ୍ୟକ୍ରମ

ଭୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକଅପ୍, ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ଜୀବିକାର ନୂଆ ବାଟ ସୃଷ୍ଟି କରିବା ଲାଗି ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ମିଶନ ଶକ୍ତି ବିଭାଗର ସହଭାଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି କାର୍ୟ୍ୟକ୍ରମ ଚାରି ମାସ ଧରି ଚାଲିବ। ଏଥିରେ ରାଜ୍ୟର…

ଦଶାବତାର, ମଙ୍ଗଳାଚରଣ, ପଞ୍ଚଦେବ ସ୍ତୁତି ପ୍ରଦର୍ଶନରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର: ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଉକ୍ତ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟଦଳ ଅଂଶଗ୍ରହଣ କରିଛନ୍ତି। ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀ, ବିଶିଷ୍ଟ ନୃତ୍ୟଶିଳ୍ପୀ ସିକତା ଦାସ, ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ “ଗୋଟିପୁଅର ଉଦଗମ ଓ ବିକାଶ” ଶୀର୍ଷକକୁ ନେଇ…

କଳିଙ୍ଗ ଷ୍ଟାଡ଼ିୟମରେ “ସାଇକେଲ ସହିତ ରବିବାର” କାର୍ଯ୍ୟକ୍ରମ

ଭୁବନେଶ୍ୱର: ଅଗଷ୍ଟ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସାରା ଦେଶରେ ପାଳିତ ହୋଇଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ “ସାଇକେଲ ସହିତ ରବିବାର (Sundays on Cycle)” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ସମସ୍ତଙ୍କ ମଧ୍ୟରେ ଫିଟ୍‌ନେସ୍ ଓ ଏକତାର ବାର୍ତ୍ତା…

ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି I ନୀରବ ଘାତକ ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ରବିବାର ଦିନ ଏସ.ସି.ବି ମେଡିକାଲ କଲେଜ, କଟକର ସେଣ୍ଟ୍ରାଲ ଅଡିଟୋରିୟମ ଠାରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ ଇନ ଇଣ୍ଡିଆ (RSSDI ), ଓଡ଼ିଶା ଚାପ୍ଟର ର ୧୩ତମ ବାର୍ଷିକ…

ଓଡ଼ିଶାର ଐତିହ୍ୟ, ସାଂସ୍କୃତିକ ଗୌରବ ଗାଥାକୁ ବିଶ୍ୱବିଦିତ କରିବାରେ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ସହାୟକ ହେବ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଏକ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓକୁ ଉଦ୍‌ଘାଟନ କରିଥିଲେ। “ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସ୍ଥାପିତ ହୋଇଥିବା ଏହି ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ନାଟକ ଜଗତକୁ ସମର୍ପିତ। ଏହାଦ୍ୱାରା…

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ଏହି ରାଜ୍ୟ ସ୍ତରୀୟ ନୃତ୍ୟ ମହୋତ୍ସବ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ…

ରାଜ୍ୟର ପାଣିପାଗ ଓ କୃଷି ଉପଦେଶ ମଡେଲର ପ୍ରଶଂସା

ଭୁବନେଶ୍ୱର: ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମର ଏବଂ ତାଙ୍କର ୧୨ ଜଣିଆ ଦଳ ୩୦ ଅଗଷ୍ଟରେ କୃଷି ଭବନ ପରିଦର୍ଶନ  କରିଛନ୍ତିl  ରାଜ୍ୟର ଚାଷୀ ସମାଜ ମଧ୍ୟରେ ପାଣିପାଗ ପୂର୍ବାନୁମାନ ପ୍ରସାରଣ ଏବଂ ଏହାର ଆବଶ୍ୟକତା, ବୈଧତା ଏବଂ ଗ୍ରହଣୀୟତା ବିଷୟରେ ଆଲୋଚନା କରିବା ପାଇଁ କୃଷି ଭବନରେ ଏକ ବୈଠକର ଆୟୋଜନ କରାଯାଇଥିଲା। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ…

ଦେଶର ପ୍ରକୃତ ସମୃଦ୍ଧି ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ- ରାଜ୍ୟପାଳ

ଭୁବନେଶ୍ଵର: ଦେଶର ପ୍ରକୃତ ସମୃଦ୍ଧି ସଂଖ୍ୟା କିମ୍ବା ଭିତ୍ତିଭୂମିରେ ମପାଯାଏ ନାହିଁ ବରଂ ଏହାର ସବୁଠାରୁ ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ଅଗଷ୍ଟ 30 ତାରିଖ  ଦିନ ଲୋକସେବା ଭବନର କନଭେନସନ ହଲ ଠାରେ ଆୟୋଜିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ…

ସଂସଦୀୟ କମିଟି ଲୋକତନ୍ତ୍ରର ଅନ୍ୟତମ ସ୍ତମ୍ଭ:  ଓମ ବିର୍ଲା

ଭୁବନେଶ୍ୱର: ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଲୋକସଭାର ବାଚସ୍ପତି ଓମ ବିର୍ଲା ଭୁବନେଶର ଗସ୍ତରେ ଆସିଥିବା ବେଳେ ସମ୍ମିଳନୀର ଉଦଯାପନୀ ଉତ୍ସବ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଆରମ୍ଭ ହେବ। ୨୫ ବର୍ଷ ପରେ ଏବଂ…