ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫

ଭୁବନେଶ୍ୱର: ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ବୁଧବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଅନନ୍ୟା ଦାସ‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନେ ଭିତରେ ଲୁଚିରହିଥିବା ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ…

ଦେଶବ୍ୟାପୀ ବିଶେଷ ସଘନ ସଂଶୋଧନ (SIR) ପ୍ରସ୍ତୁତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ (ECI) ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସମ୍ମିଳନୀ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ (IIIDEM) ରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଆର ଏସ ଗୋପାଳନ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ…

ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ। ଏଥରର ଶୀର୍ଷକ ରହିଛି “ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ଓ କୃଷି ଐତିହ୍ୟରେ ମହିଳାଙ୍କ ଭାଗିଦାରୀ”। ଚଳିତ ଥର ମହିଳା ଚାଷୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଉଛି । କୃଷିରେ ପୁରୁଷଙ୍କ ଭଳି ମହିଳାଙ୍କ ଭାଗିଦାରୀ ମଧ୍ୟ ଅନୁରୂପ ଅଟେ। ସେଇମାନେ ହିଁ ପ୍ରକୃତରେ ଆମର ପାରମ୍ପରିକ ଖାଦ୍ୟ ଶସ୍ୟର ସଂରକ୍ଷକ ଅଟନ୍ତି।…

ନାଟକ ‘ରାଷ୍ଟ୍ର ପୁରୁଷ ଅଟଳ’ ପରିବେଷଣ

ଭୁବନେଶ୍ୱର: ଭାରତ ରତ୍ନ ଅଟଳ ବିହାରୀଙ୍କ ଭଳି ରାଜନେତା ଭାରତୀୟ ରାଜନୀତିରେ ବିରଳ। ତାଙ୍କଭଳି ରାଷ୍ଟ୍ରନାୟକ ଯୁଗେ ଯୁଗେ ଦେଶବାସୀଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇ ରହିବେ। ଏଭଳି ଜଣେ ଉଜ୍ଜଳ ନକ୍ଷତ୍ରଙ୍କ ତ୍ୟାଗ, ନିଷ୍ଠା ଓ ଦେଶଭକ୍ତି ତଥା  ରାଷ୍ଟ୍ର ନିର୍ମାଣରେ ଅବଦାନ ପ୍ରତି ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।  ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମ…

‘ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ଅଛି’

ଭୁବନେଶ୍ଵର : ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ରହିଛି। ସୁଯୋଗ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡ଼ିଶାର ସ୍ଵପ୍ନକୁ ସାକାର କରିବା ପାଇଁ ଉଦ୍ୟୋଗୀମାନେ ମଧ୍ୟ ଆଗେଇ ଆସିବା ଉଚିତ। ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରପ୍ତାନି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ  “ସରକାରୀ ଅଧିକାରୀଙ୍କ ନିମନ୍ତେ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା”ରେ ଏହି…

ବ୍ୟାଙ୍କରମାନେ ସହାନୁଭୂତିଶୀଳ ହୋଇ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବ୍ୟାପକଭାବେ ଅନ୍ତର୍ଭୁକ୍ତ କରନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର: ବ୍ୟାଙ୍କରମାନେ ସହାନୁଭୂତିଶୀଳ ହୋଇ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବହୁଳ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତ। ଚଳିତ ଅକ୍ଟୋବର ୧୮ ତାରିଖ ଦିନ ରାଜଭବନର ନିଉ ଅଭିଷେକ ହଲଠାରେ ରାଜ୍ୟରେ ବ୍ୟାଙ୍କରମାନଙ୍କର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହା କହିବା ସହିତ ହିତାଧିକାରୀଙ୍କ ଜୀବନଜୀବିକାର ଉନ୍ନତିପାଇଁ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଜଣାଇଛନ୍ତି। ବ୍ୟାଙ୍କ- ଲିଙ୍କଡ୍ ଜୀବିକା ଯୋଜନା ପ୍ରସଙ୍ଗ, ଦେଖାଯାଉଥିବା ଆହ୍ବାନ…

‘ସରକାର ଗ୍ରାମ ପଞ୍ଚାୟତଗୁଡ଼ିକୁ ଜନକଲ୍ୟାଣ ଓ ଲୋକସେବାର କେନ୍ଦ୍ର ଭାବେ ବିକଶିତ କରୁଛନ୍ତି’

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ…

୧୫୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ଗୃହ ବିଭାଗ ସହ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲୁ୍ୟସି) ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସହିତ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି, ଯାହା ୨୦୨୫-୨୬ ଆର୍ଥିକ ବର୍ଷରେ ୧୫୦୦ କୋଟି ଟଙ୍କାର ଆର୍ଥିକ କାରବାର ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଏକ ନିରାଡ଼ମ୍ବର ସମାରୋହରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଓଡ଼ିଶା…

ଏକ ପେଡ୍ ମା କେ ନାମ 2.0 ରାଜ୍ୟସ୍ତରୀୟ ତଦାରଖ କମିଟି ବୈଠକ

ଭୁବନେଶ୍ୱର : “ଏକ ପେଡ଼ ମା’କେ ନାମ”2.0 କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସ୍ଥିରୀକୃତ ବିସ୍ତୃତ ନିୟମାବଳୀ ଆଧାରରେ ରାଜ୍ୟ ସ୍ତରୀୟ ତଦାରଖ କମିଟିର ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି କହିଲେ ଯେ ଚାରା ଗଛ ବଞ୍ଚିବା ଏବଂ ଏହାର ବୃଦ୍ଧି ଉପରେ…

ଶୁଭା ଶର୍ମାଙ୍କ ରଚିତ ତୃତୀୟ ପୁସ୍ତକ ‘ମିସେସ୍‌ ହାପିଲି ସିଙ୍ଗଲ୍‌’ ଉନ୍ମୋଚିତ

ଭୁବନେଶ୍ୱର : ତା ୧୮/୧୦/୨୦୨୫ରିଖରେ  ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଲେଖିକା ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ ‘ମିସେସ୍‌ ହାପିଲି ସିଙ୍ଗଲ୍‌’ଉନ୍ମୋଚିତ ହୋଇଛି। ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଟି. କେ. ମିଶ୍ର, ‘ଧରିତ୍ରୀ’ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ପ୍ରସିଦ୍ଧ ଲେଖକ ସତ୍ୟ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସି.ଏସ୍‌. ହୋତା…