ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
ଭୁବନେଶ୍ୱର:ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ। ମାଓବାଦୀ କେସା କୱାସିର ଘର ଛତିଶଗଡ଼ର ବସ୍ତର ଜିଲ୍ଲା ଦରବା ଥାନା ଅଞ୍ଚଳରେ ଏବଂ ସାନୁ କୁଞ୍ଜମ ଓରଫ ରାକେଶ ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୁର ଥାନା ଅଞ୍ଚଳରେ। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, …
