ଓଡ଼ିଶାର ସମୃଦ୍ଧ ଇତିହାସ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ : ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ଇତିହାସ ହେଉଛି ସମୃଦ୍ଧ। ଏହି ସମୃଦ୍ଧ ଇତିହାସ ଯୁବବର୍ଗଙ୍କୁ ପ୍ରେରିତ କରୁ। ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂତନ ଚିନ୍ତା ଚେତନାର ଉନ୍ମେଷ ନିମନ୍ତେ ଆମ ଇତିହାସ ଏକ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ। ଓଡ଼ିଆ ଜାତୀୟତାବାଦ କେବେ ହେଲେ ମଧ୍ୟ ଆଞ୍ଚଳିକତାବାଦ ମଧ୍ୟରେ ସୀମିତ ନୁହେଁ। ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବା, ବିଚାର ଓ ବିତର୍କ କରି ନିଷ୍କର୍ଷରେ ଉପନୀତ ହେବା ହେଉଛି ଆମ ଗଣତାନ୍ତ୍ରିକ ରାଷ୍ଟ୍ରର ସୌନ୍ଦର୍ଯ୍ୟ। ତେଣୁ ଓଡ଼ିଶା ସାହିତ୍ୟ…


