“ସାହିତ୍ୟ ଆମ ସମାଜର ଦର୍ପଣ”

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା, ମୁମ୍ବାଇର ମିଳିତ ଆନୁକୂଲ୍ୟରେ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନ ଠାରେ “ଓଡ଼ିଆ-ମରାଠୀ ଅନୁବାଦ କର୍ମଶାଳା ଓ କବିତା ପାଠୋତ୍ସବ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଦୀନେଶ ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ ମରାଠୀ ସାହିତ୍ୟର ସାରସ୍ୱତ କୃତି ଯଥା ଗଳ୍ପ, କବିତା, ପ୍ରବନ୍ଧ ଓ ଉପନ୍ୟାସ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା…

ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬: ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର ପ୍ରତିଯୋଗୀଙ୍କ ଶ୍ରେଷ୍ଠ ସଫଳତା

ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଜାତୀୟ କୌଶଳ ବିକାଶ ନିଗମ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକ…

ରାଜ୍ୟ ମହିଳା ଆୟୋଗଙ୍କ ଜନଶୁଣାଣି

ଭୁବନେଶ୍ୱର: ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହିକ୍ରମରେ ଉକ୍ତ ମାମଲା ଗୁଡିକର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁକ୍ଳ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା…

ଓଡିଶା ପୋଲିସକୁ ଐତିହାସିକ ସଫଳତା

ଭୁବନେଶ୍ୱରର: ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଐତିହାସିକ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ , ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ। ଯାହା ଫଳରେ,ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ…

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱରର: ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ ଠାରେ ଗତ ତା ୨୬.୦୨.୨୦୨୬ ରିଖ ଠାରୁ ଆରମ୍ଭ ହୋଇଥିବା ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଅଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ବର୍ଣ୍ଣାଢ଼୍ୟ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।  ସେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ଓ ଦଳମାନଙ୍କୁ ଟ୍ରଫି ଓ ନଗଦ ଅର୍ଥ ରାଶି ପୁରସ୍କାର…

‘୨୦ ମାସରେ ବିକାଶର ସବୁ କ୍ଷେତ୍ରରେ ଆମେ ପରିବର୍ତ୍ତନ ଆଣିଛୁ’

ଭୁବନେଶ୍ୱର: ଗତ ୨୦ ମାସ ଧରି ରାଜ୍ୟ ସରକାର “ବିକଶିତ ଓଡ଼ିଶା- ବିକଶିତ ଭାରତ”ଦୃଷ୍ଟିକୋଣକୁ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସଂପ୍ରସାରଣ ଓ ସାଂସ୍କୃତିକ ପୁନରୁତ୍ଥାନ ମାଧ୍ୟମରେ ରୂପାୟନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନସନ ସେଣ୍ଟର ଠାରେ ଆୟୋଜିତ “ବିକାଶ ମନ୍ଥନ 1.0 : ଗଭର୍ଣ୍ଣାନ୍‌ସ ଇନ୍ ଆକ୍ସନ୍” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଦୃଢ଼ ନେତୃତ୍ୱ, ସ୍ପଷ୍ଟ ନୀତି ଓ…

ଡାଟା ସୁଦୃଢ଼ିକରଣ ଓ ସର୍ବୋତ୍ତମ ପଦକ୍ଷେପ ଉପରେ ଜୋର୍

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ (DoSEL)ର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ (UDISE+ ) ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ ହୋଇଛି। ଦ୍ବିତୀୟ ଦିନରେ ବିଭିନ୍ନ ରାଜ୍ୟ ସେମାନଙ୍କ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ପଦକ୍ଷେପ ଗୁଡ଼ିକୁ ଉପସ୍ଥାପିତ କରିଥିଲେ ଏବଂ ଡାଟା ସଂରକ୍ଷଣ ଫ୍ରେମୱାର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। କେରଳ, ଉତ୍ତରପ୍ରଦେଶ,…

କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ-୨୦୨୬ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

କଟକ: ଐତିହାସିକ କଟକ ସହରର କୋର୍ ଅଞ୍ଚଳ ବା ପୁରାତନ ବସ୍ତିଗୁଡ଼ିକର ବିକାଶ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ କାର୍ଯ୍ୟକାରୀ ହୋଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ ‘ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ ଫର୍ ଓଲ୍ଡ ଏରିଆଜ୍, ୨୦୨୬’ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ନୂତନ ନିୟମାବଳୀର ମୁଖ୍ୟ ବୈଶିଷ୍ଟ୍ୟ:  * ୪୩ଟି ୱାର୍ଡରେ ଲାଗୁ: ରୂପା ସହର ଭାବେ ପରିଚିତ କଟକର ୪୩ଟି ପୁରାତନ ୱାର୍ଡରେ ଏହି…

ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଲେ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଏବଂ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ‘ପ୍ରଧାନମନ୍ତ୍ରୀ ରୋଡ୍ ଆକ୍ସିଡେଣ୍ଟ ଭିକ୍ଟିମ୍ସ ହସ୍ପିଟାଲାଇଜେସନ ଆଣ୍ଡ ଆସ୍ୟୁର୍ଡ ଟ୍ରିଟମେଣ୍ଟ’ (ପିଏମ ରାହାତ) ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ…

ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୪ଟି ଚାଲୁଥିବା ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏଥିରେ ୨୧ କିଲୋମିଟର ଦୀର୍ଘ କଟକ-କନ୍ଦରପୁର ରାସ୍ତା, ୧୧୧ କିଲୋମିଟର ଦୀର୍ଘ…