‘ରାଷ୍ଟ୍ରୀୟ ପ୍ରତୀକ’ ଅଶୋକ ସ୍ତମ୍ଭ ସହ ଦେବନାଗରୀ ଲିପିରେ ‘ସତ୍ୟମେବ ଜୟତେ’ ମୂଳମନ୍ତ୍ର ଉଲ୍ଲେଖ ବାଧ୍ୟତାମୂଳକ  

ଭୁବନେଶ୍ବର: ଭାରତର ରାଷ୍ଟ୍ରୀୟ ପ୍ରତୀକ ହେଉଛି ଭାରତ ସରକାରଙ୍କ ସରକାରୀ ମୋହର। ଅଶୋକଙ୍କ ପ୍ରବର୍ତ୍ତିତ ସାରନାଥ ରାଜଧାନୀର ସିଂହ ଚିହ୍ନରୁ ଆମର ରାଷ୍ଟ୍ରୀୟ ପ୍ରତୀକ ଆନୀତ। ଏହି ପ୍ରତୀକରେ ସିଂହ ରାଜଧାନୀର ରୂପରେଖ ଅଛି ଯେଉଁଥିରେ ଶୀର୍ଷ ଫଳକ ଉପରେ ତିନିଟି ସିଂହ ଆରୋହଣ କରିଛନ୍ତି, କେନ୍ଦ୍ରରେ ଏକ ଧର୍ମଚକ୍ର, ଡାହାଣରେ ଏକ ଷଣ୍ଢ, ବାମରେ ଏକ ଦ୍ରୁତଗାମୀ ଘୋଡା ଏବଂ ଡାହାଣ ଏବଂ ବାମରେ ଧର୍ମଚକ୍ର ରହିଛି ଯାହା ସିଂହ ରାଜଧାନୀର ରୂପରେଖ ତଳେ ଦେବନାଗରୀ…

ଶକ୍ତି ପରିବର୍ତ୍ତନ ନୀତି କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ଭୁବନେଶ୍ୱରର ମେଫେୟାରରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଏକାଠି ହୋଇଥିଲେ। ଏହି କର୍ମଶାଳା ଏକ ସ୍ଥାୟୀ, କମ୍ କାର୍ବନ ଭବିଷ୍ୟତ ପ୍ରତି ଓଡ଼ିଶାର ପ୍ରତିବଦ୍ଧକୁ ସୁନିଶ୍ଚିତ କରିଛି। ଏହି କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ। ବିଶାଳ…

ଓଡ଼ିଶାରେ ଆସାମ ବିଧାନସଭାର ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟି

ଭୁବନେଶ୍ୱର: ଆସାମ ବିଧାନସଭା ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟିର ସଦସ୍ୟମାନେ ଓଡ଼ିଶା ଗସ୍ତରେ ଆସି ବାଚସ୍ପତି ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ରାମେନ୍ଦ୍ର ନାରାୟଣ କାଲିଟାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବା ସହ ରାଜ୍ୟ ବିଧାନସଭାର ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଏବଂ ସଦସ୍ୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ପଦ୍ମଚରଣ ହାଇବୁରୁ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଅଖିଳ ଚନ୍ଦ୍ର ନାଏକ,…

ବିହାର ସରକାରୀ ଆଇଟିଆଇର ୩୪ ଜଣ ପ୍ରଶିକ୍ଷକଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିହାରର ବିଭିନ୍ନ ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ଭାଗନେଇ ଅତ୍ୟାଧୁନିକ ‘ଶିକ୍ଷାଦାନ ଓ ମୂଲ୍ୟାଙ୍କନ’ ବିଷୟରେ ତାଲିମ ନେଇଥିଲେ। ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ବିହାର ଦକ୍ଷତା ମିଶନ ଭିତରେ ହୋଇଥିବା ଏମଓୟୁ ଆଧାରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିଥିଲା। ଏଥିରେ…

ଅଗଷ୍ଟ ୧୦ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ।…

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବା ଦ୍ୱାରା ସର୍ବ ଭାରତୀୟ ସ୍ତରରେ ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପାଇପାରିବା ସହିତ ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ କ୍ରୀଡ଼ା…

ଜଳବାୟୁ ସହନଶୀଳ କଙ୍କଡ଼ା ଚାଷ ପଦ୍ଧତି ପାଇଁ ଏକ୍ରିକ୍ ପୁରସ୍କୃତ

ଭୁବନେଶ୍ୱର: ଜୁଲାଇ ୧ରୁ ୩ ତାରିଖପର୍ଯ୍ୟନ୍ତ ଚେନ୍ନାଇ ବ୍ୟବସାୟିକ କେନ୍ଦ୍ର (ଟ୍ରେଡ୍ ସେଣ୍ଟର)ରେ ଅନୁଷ୍ଠିତ ହୋଇଥିବା “ସିଫୁଡ୍ ଏକ୍ସପୋ  ଭାରତ-୨୦୨୫ (ଏସଇବି-୨୫)” ରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ସରକାରୀ କ୍ଷେତ୍ର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କାର୍ଯ୍ୟକାରୀ ଭାରତର କୋଷ୍ଟାଲ୍ କମ୍ୟୁନିଟିମାନଙ୍କର  ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ଏହି ସମ୍ମାନ ଜନକ ପୁରସ୍କାର ଲାଭ କରିଛି। ଏହି ସ୍ୱୀକୃତି ଏକ୍ରିକ୍, ଓଡିଶାର…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ଓଡ଼ିଶା ପୋଲିସର ସଫଳତା

ଭୁବନେଶ୍ବର : ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ ଗୌରବ ଆଣିଛନ୍ତି।  ଅଶୋକ ଦଣ୍ଡସେନା  ୮୦୦  ମିଟର (ପୁରୁଷ ବର୍ଗ)  ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦  ମିଟର (ମହିଳା ବର୍ଗ)  ଦୌଡ଼ରେ ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି।…

ଜନସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଆଧାର ଏକ ପ୍ରକୃଷ୍ଟ ମାଧ୍ୟମ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିଗତ ଏକଦଶନ୍ଧି ମଧ୍ୟରେ ଆଧାର ଭାରତୀୟମାନଙ୍କ ଜୀବନକୁ ସହଜ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଉଦାହରଣ ସ୍ୱରୂପ ଆଧାର ପ୍ଲାଟଫର୍ମ ବ୍ୟବହାର କରି ଓଡ଼ିଶା ସରକାର ଖୁବ୍‌ ଅଳ୍ପ ଦିନ ମଧ୍ୟରେ ‘ସୁଭଦ୍ରା’ଭଳି ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି । ଆଧାର ଇକୋ ସିଷ୍ଟମ୍‌ର ବ୍ୟାପକ ବ୍ୟବହାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏକ ସମ୍ମିଳିତ ପ୍ରୟାସ କ୍ରମେ ରାଜ୍ୟରେ ଥିବା ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରିପାରିଲେ…

ଚଳିତ ବର୍ଷ ଶେଷ ଆଡ଼କୁ ଓଡ଼ିଶାରେ ଆୟୋଜିତ ହେବ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀ

ଭୁବନେଶ୍ୱର: ଚଳିତ ବର୍ଷ ଶେଷରେ ଓଡ଼ିଶାରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଆଇଆଇଟି କାନପୁରର ମିଳିତ ସହଯୋଗରେ ଆୟୋଜିତ ହେବ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀ। ସାରା ଦେଶର ଶକ୍ତିମନ୍ତ୍ରୀମାନେ ଏଥିରେ ଯୋଗଦେବେ। ଶକ୍ତି କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାରେ  ଓଡ଼ିଶା ନେତୃତ୍ୱ ନେବ। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗତ ଜୁନ ମାସରେ ନୂଆଦିଲ୍ଲୀ ଠାରେ ଏଥିନିମନ୍ତେ ଓଡିଶା ସରକାରଙ୍କ ସହ…