୧୪ ବର୍ଷରୁ କମ୍ ପ୍ରତିଯୋଗିତାରେ ଉଭୟ ବର୍ଗରେ ଓଡ଼ିଶା ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନ

ଭୁବନେଶ୍ୱର: ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ୨୦୨୫–୨୬ ର ୧୪ ବର୍ଷରୁ କମ୍ ବର୍ଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ବିଜୟୀ ହୋଇଛି ଏବଂ ଏଥିସହ  ୫ ଦିନ ଧରି ଚାଲିଥିଲା ଜାତୀୟସ୍ତରୀୟ ପ୍ରତିଯୋଗିତା ଉଦଯାପିତ ହୋଇଛି। ୧୪ ବର୍ଷରୁ କମ୍ ଉଭୟ ବର୍ଗରେ ବିହାର ରନର୍ସଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନ ଅଧିକାର କରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଉଦଯାପନୀ ସମାରୋହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ…

U-୧୭ ବାଳିକା ବର୍ଗରେ ଓଡ଼ିଶା ରଗବୀ ଚାମ୍ପିଅନ, ବାଳକ ବର୍ଗରେ ବିହାର ବିଜେତା

ଭୁବନେଶ୍ବର : ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ୨୦୨୫-୨୬ ର ୧୭ ବର୍ଷରୁ କମ୍ ପ୍ରତିଯୋଗିତାରେ ବାଳିକା ବର୍ଗରେ ଓଡିଶା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳକ ବର୍ଗରେ ବିହାର ଟିମ୍ ଟାଇଟଲ୍ ହାସଲ କରିଛି।  ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଓଡ଼ିଶା ପ୍ରଭାବଶାଳୀ ପ୍ରଦର୍ଶନ କରି ଟ୍ରଫି ଜିତିଛି। ବିହାର ରନର୍ସଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।…

କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ରାଜ୍ୟର ଯୁବ ରଗବୀ ଖେଳାଳୀ

ଭୁବନେଶ୍ବର: ଓଡ଼ିଶାରେ ଆୟୋଜିତ ହେଉଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ  ଓ  ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ବିଭିନ୍ନ ରାଜ୍ୟର ରଗବୀ ଖେଳାଳୀଙ୍କୁ ନେଇ ଓଡ଼ିଶାରେ ଜାତୀୟସ୍ତରୀୟ ଖେଳର ଆୟୋଜନ କରାଯାଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ…

‘ଟିମ୍ ଓଡ଼ିଶା’କୁ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ

ଭୁବନେଶ୍ଵର: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ…

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା : ଓଡ଼ିଶା ପୋଲିସକୁ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ହରିୟାଣାର ଗୁରୁଗ୍ରାମ ସ୍ଥିତ  CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ  ଅଭୁତପୁର୍ବ ସଫଳତା ହାସଲ କରିଛି। ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ ସୁଟିଂ (୫୩୧ …

ଓଡ଼ିଶାକୁ ଦେଶର ‘କ୍ରୀଡ଼ା ରାଜଧାନୀ’ଭାବେ ପୁଣିଥରେ ପ୍ରମାଣିତ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ, ଓଡ଼ିଶା ଆଥ୍‌ଲେଟିକ୍ସ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ପ୍ରୟାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍‌ଠାରେ “ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬” ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଏକ ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରି ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଏକ…

ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନମାନଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ଏହି  ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ ଅବ୍ୟାହତ ରଖିବାପାଇଁ ପରାମର୍ଶ ଦେଇଥିଲେ। ହାର ଜିତ ତ ସବୁ ଖେଳାଳୀ ଜୀବନରେ ଆସିଥାଏ, କିନ୍ତୁ ପ୍ରକୃତ  ଜୀବନର ସଂଘର୍ଷକୁ ଜିତିଯାଇଥିବା ବିଜେତା ହେଉଛନ୍ତି ଆପଣମାନେ। କାରଣ ଆପଣ…

‘ଓଡ଼ିଶା ପର୍ବ ୨୦୨୬’ଉଦଘାଟିତ: ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପର୍ଯ୍ୟଟନର ଏକ ବିରଳ ପ୍ରଦର୍ଶନୀ

ଭୁବନେଶ୍ଵର : ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶନିବାର ଅହମ୍ମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟ କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରଠାରେ ତିନି ଦିନିଆ ‘ଓଡ଼ିଶା ପର୍ବ ୨୦୨୬’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ରମେଶକୁମାର ସାଙ୍ଘଭି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାର୍ଚ୍ଚ ୨୧ରୁ ୨୩ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପର୍ଯ୍ୟଟନର ଏକ ବିରଳ ପ୍ରଦର୍ଶନୀ ଅଟେ। ଉପମୁଖ୍ୟମନ୍ତ୍ରୀ ପରିଡ଼ା ସଭାକୁ ସମ୍ବୋଧିତ କରି…

ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଉଦ୍‌ଘାଟିତ; ଦେଶର କୋଣ ଅନୁକୋଣରୁ ଯୋଗଦେଲେ କ୍ରୀଡ଼ାବିତ୍

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ସମ୍ମାନଜନକ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଏବଂ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହାକୁମ୍ଭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ…

ଛତିଶଗଡ଼ରେ ଲାଗୁ ହେବ ଓଡ଼ିଶାର ‘ଡିଜିଟାଲ୍ ସେଫଗାର୍ଡ’ବ୍ୟବସ୍ଥା

​ଭୁବନେଶ୍ୱର: ଛତିଶଗଡ଼ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଲୋକସେବା ଭବନସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ​ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅତିରିକ୍ତ ସଚିବ ସୁଦାମ ଚରଣ ମଣ୍ଡଳ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଯୋଗାଣ ବିଭାଗର ସାଧାରଣ ପରିଚାଳକ (ସଂଗ୍ରହଣ) ଏଲୋରା ସାମଲ, ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପସଚିବ ସରୋଜ କୁମାର…