ଓଡ଼ିଶାର ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନ ବିକାଶ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି: ଉପମୁଖ୍ୟମନ୍ତ୍ରୀ

ଯାଜପୁର/ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ଵିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ବେଶ୍ ଉତ୍ସାହର ସହ ପାଳନ କରାଯାଉଅଛି। ସମ୍ମିଳନୀର ଚତୁର୍ଥ ଦିନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଅମ୍ବର…

ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ : ଦେଶ ବିଦେଶରୁ ଯୋଗ ଦେଇଛନ୍ତି ପ୍ରାୟ ୧୭୦୦ରୁ ଉର୍ଦ୍ଧ୍ବ ବୌଦ୍ଧ ଗୁରୁ ଓ ଧର୍ମାବଲମ୍ବୀ

ଯାଜପୁର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ,ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଯାଜପୁର ଜିଲ୍ଲାର ଉଦୟଗିରି ବୌଦ୍ଧ ସ୍ଥଳଠାରେ ଦ୍ଵିତୀୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ ହୋଇଛି। ଜାନୁଆରୀ ୧୧ ରୁ ୧୬ ତାରିଖ ଯାଏଁ ହେଉଥିବା ଏହି ବୌଦ୍ଧ ସମ୍ମିଳନୀରେ ଦେଶର ବିଭିନ୍ନ ବୌଦ୍ଧ ମଠ ତଥା ଦେଶ ବାହାରୁ ପ୍ରାୟ ୧୭୦୦ ରୁ ଉର୍ଦ୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ…

‘ଶିଶିର ସରସ-୨୦୨୬’: ବଲିଉଡ୍‌ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଶୀତୁଆ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମତୁଆଲା ହେଉଛନ୍ତି ରାଜଧାନୀବାସୀ। ଓରମାସ ଏବଂ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଆୟୋଜିତ ‘ଶିଶିର ସରସ ୨୦୨୬’ ଦ୍ୱିତୀୟ ଦିନରେ ପହଞ୍ଚିଛି।  ରବିବାର ସନ୍ଧ୍ୟାରେ କଳାହାଣ୍ଡିର ପ୍ରସିଦ୍ଧ ଘୁମୁରା ନୃତ୍ୟର ରଙ୍ଗୀନ ପ୍ରସ୍ତୁତି ଦର୍ଶକଙ୍କ ମନମୋହିବା ସହ, ରାୟଗଡ଼ାର ଢେମସା ଏବଂ ରାଜସ୍ଥାନୀ ଲୋକନୃତ୍ୟ ମଞ୍ଚକୁ ଲୋକସଂସ୍କୃତିର ଏକ ସଜୀବ ଚିତ୍ରରେ ପରିଣତ କରିଥିଲା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଦିବ୍ୟ…

ଶିଶିର ସରସ–୨୦୨୬ ମେଳା ପରିସର ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ଉପରେ ଗୁରୁତ୍ୱ

ଭୁବନେଶ୍ଵର : ଆରମ୍ଭ ହେବାକୁ ଯାଉଛି ମେଗା ‘ଶିଶିର ସରସ–୨୦୨୬। ମେଳା ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଭୁବନେଶ୍ଵରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ମେଳା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ସମସ୍ତ ବିଭାଗର ନୋଡାଲ୍ ଅଧିକାରୀଗଣ ମେଳା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଯଥା ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଜଣାଇଥିଲେ। ଏହି ଅବସରରେ ପ୍ରସ୍ତୁତି…

ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଦ୍ୱାରା ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶାର ବାଉଁଶ କ୍ଷେତ୍ରକୁ ରାଜ୍ୟର ସବୁଜ ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନଠାରେ ଜାନୁଆରୀ ୯ ତାରିଖରେ ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ୱାନ ଫ୍ୟୁଚର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ନେତୃବୃନ୍ଦ ଏବଂ ସ୍ଥାୟୀ ଡିଜାଇନ୍ ବିଶେଷଜ୍ଞଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଗ୍ରାମୀଣ…

ଶିଶିର ସରସ ମେଳା -୨୦୨୬: ଯୋଗଦେବେ ୩୦ ଜିଲ୍ଲା, ୨୦ ରାଜ୍ୟରୁ କାରିଗର

ଭୁବନେଶ୍ଵର:  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ଵାରା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଶିଶିର ସରସ-୨୦୨୬। ଭୁବନେଶ୍ବରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।  ମିଶନ ଶକ୍ତିର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉତ୍ପାଦକ, କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ସିଧାସଳଖ ବିକ୍ରୟ ସୁଯୋଗ ପ୍ରଦାନ କରିବା। ଏଥିରେ ଓଡ଼ିଶା ଏବଂ…

‘ଅଟଳ ବନ’ କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ଓଡିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଡ଼….

ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍‌ଯାପନୀ ସନ୍ଧ୍ୟାରେ ରାସେଶ୍ୱରଙ୍କ ରାସଲୀଳାରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ରାସେଶ୍ୱରଙ୍କ ରାସଲୀଳାକୁ ଓଡ଼ିଶୀ ନୃତ୍ୟରେ ରୂପାନ୍ତରିତ କରିଥିଲେ ଗୁରୁ ଆଲୋକା କାନୁନଗୋ। ରାଗ “ପାହାଡି” ଏବଂ “ମାଳିକା” ତାଳରେ କବି ଜୟଦେବଙ୍କ ରଚିତ ଅଷ୍ଟପଦୀ “ସଖି ହେ କେଶି ମଦନ ମୁଦାରମ୍”କୁ ସୁନ୍ଦର ଭାବେ…

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜନ କରାଯାଇଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରାୟ ୩୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି। ଭାରତ ବାହାରୁ ପ୍ରାୟ ୧୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିବେ। ଓଡ଼ିଶା…

ଶିଳ୍ପମନ୍ତ୍ରୀଙ୍କୁ ଭେଟିଲେ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟିକ ଦୂତ

ଭୁବନେଶ୍ୱର : ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ଲୋକସେବା ଭବନଠାରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଭାରତର ବାଣିଜ୍ୟିକ ଦୂତ ଦାୟିତ୍ବରେ ରହିଥିବା ଡକ୍ଟର ମଦନ ମୋହନ ସେଠୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନ୍ୟୁଜିଲ୍ୟାଣ୍ଡ ଓ ଓଡିଶା ମଧ୍ୟରେ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ନେଇ ଆଲୋଚନା ହୋଇଥିଲା। ବିଶ୍ବବଜାରରେ ଓଡିଶା ଉତ୍ପାଦର ପ୍ରଚାର ପ୍ରସାର ଦିଗରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୁରୁତ୍ବ ଆରୋପ କରିଥିଲେ। ନ୍ୟୁଜିଲ୍ୟାଣ୍ଡଠାରେ…