‘ଜରୁରୀ କାଳୀନ ପରିସ୍ଥିତି’ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ 

ଭୁବନେଶ୍ୱର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ଏହି ‘ଜରୁରୀ କାଳୀନ ପରିସ୍ଥିତି’ସମୟକୁ  ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର…

ଆର୍ଥିକ ସହାୟତା ଏବଂ ସାଧନଯୋଗ୍ୟ ଅନ୍ତର ପାଣ୍ଠି ପାଇଁ ଓଡ଼ିଶା ସରକାରଙ୍କ ଦାବି

ପାଟନା: କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହରଲାଲଙ୍କ ଅଧ୍ୟକ୍ଷତାରେ ବିହାରର ପାଟନାରେ ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟ ଶକ୍ତି ମନ୍ତ୍ରୀ ଏବଂ ଶକ୍ତି ସଚିବମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ଓଡ଼ିଶା ଏକ ସ୍ଥିର, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ୍…

ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ କରୁଛି- ରାଜ୍ୟପାଳ

ଭୁବନେଶ୍ୱର: ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା, ପ୍ରଗତି ଏବଂ ଜାତୀୟ ଗର୍ବ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ  କରୁଛି ବୋଲି ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି  କହିଛନ୍ତି। ଚଳିତ ଜୁନ ୨୧ ତାରିଖ ଅପରାହ୍ନରେ ନ୍ୟୁ ଅଭିଷେକ ହଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ  ପଶ୍ଚିମବଙ୍ଗ  ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ  ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ…

ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଭିନେତ୍ରୀ ନନ୍ଦିତା ଦାସ

ଭୁବନେଶ୍ୱର: ଲୋକସେବା ଭବନରେ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ୱବିଦିତ କରାଇବା ଓ ଓଡିଶା ମାଟିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ…

ଉପନିର୍ବାଚନରେ ନିର୍ବାଚନ ଆୟୋଗ ଅନେକ ପ୍ରଥମ ସଫଳତା ହାସଲ କରିଛି

ଭୁବନେଶ୍ବର:  ଭାରତ ନିର୍ବାଚନ ଆୟୋଗ ଦ୍ୱାରା ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ଦ୍ୱାରା ଗତ ଚାରି ମାସ ମଧ୍ୟରେ ପରିକଳ୍ପିତ ଅନେକ ପ୍ରମୁଖ ନୂତନ ପଦକ୍ଷେପର ସଫଳ ରୂପାୟନ ଦେଖାଯାଇଥିଲା। ଗୁଜରାଟର ୨୪-କାଡ଼ି (ଝଉ) ଏବଂ ୮୭-ବିସାବାଦର, କେରଳର ୩୫-ନିଲାମ୍ବୁର, ପଞ୍ଜାବର ୬୪-ଲୁଧିଆନା ପଶ୍ଚିମ ଏବଂ ପଶ୍ଚିମବଙ୍ଗର ୮୦-କାଳିଗଞ୍ଜର…

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ କନଫରେନସିଂ…

ଓଡ଼ିଶା ବିଦ୍ୟୁତ ସଂସ୍କାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି:  ଟୋନି ବ୍ଲେୟାର

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି। ଉଭୟ ନେତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଦ୍ୱାରା ଏକ ତ୍ରିପାକ୍ଷିକ ଇଣ୍ଟେଣ୍ଟ ଲେଟର (ଏଲଓଆଇ) ସ୍ୱାକ୍ଷରିତ ହୋଇଛି।…

କୁମ୍ଭୀରମାନଙ୍କ ସଂରକ୍ଷଣ ପାଇଁ ଓଡ଼ିଶା ଏକ ଉଚ୍ଚକୋଟୀର ମାର୍ଗଦର୍ଶକ : ଜଙ୍ଗଲମନ୍ତ୍ରୀ

ଭୁବନେଶ୍ବର: ଜୁନ ୧୭ ତାରିଖ ଅନ୍ତର୍ଜାତୀୟ କୁମ୍ଭୀର ଦିବସ। ଏହି ଅବସରରେ ‘ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ’ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ  ମହାସମାରୋହରେ ପାଳିତ ହୋଇଯାଇଛି। ସମାରୋହକୁ ଭିଡିଓ ବାର୍ତ୍ତା ଦେଇ ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଲେ ଯେ, ଆମ ରାଜ୍ୟ ଓଡ଼ିଶା, ଭାରତରେ ଦେଖାଯାଉଥିବା ସମସ୍ତ କୁମ୍ଭୀର ପ୍ରଜାତି-ବଉଳା, ମଗର ଓ ଘଡ଼ିଆଳର ଏକ ମହତ୍ୱପୂର୍ଣ୍ଣ ଆବାସସ୍ଥଳୀ…

ଜନଗଣନା ପାଇଁ ଗେଜେଟ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜନଗଣନା ନିମନ୍ତେ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ମର୍ମରେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜନଗଣନା କାର୍ଯ୍ୟ ପରିଚାଳନା ନିମନ୍ତେ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।ମିଳିଥିବା ସୂଚନା ଅନୁଯାୟୀ ୩୪ ଲକ୍ଷ ଜନଗଣନାକାରୀ ଏବଂ ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତାଙ୍କୁ ଏହି କାର୍ଯ୍ୟରେ…

ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଅର୍ଜନ କରି ଆମ ଦେଶ ଓ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଶ୍ରାବଣୀ ନନ୍ଦଙ୍କୁ ୨.୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଶ୍ରାବଣୀଙ୍କ ସଫଳତା ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରାବଣୀଙ୍କ ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ…