ଓଡ଼ିଶା ବିଧାନସଭାର ସଂକ୍ଷିପ୍ତ ଇତିହାସ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ “A Brief History of Odisha Legislative Assembly”ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଆମ ସମସ୍ତଙ୍କ ପାଇଁ ଏହି ପୁସ୍ତକ ପ୍ରକାଶନର ଯଥାର୍ଥତା ରହିଛି । ଏହି ପୁସ୍ତକ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହୋଇପାରିବ ବୋଲି ବାଚସ୍ପତି…

ତେଳ ପ୍ରତାପଙ୍କୁ ଦଳ ଓ ପରିବାରରୁ ବାହାର କରିଦେଲେ ଲାଲୁ

ପାଟନା: ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳ ଓ ପରିବାରରୁ ବିଦା କରିଦେଇଛନ୍ତି । ତେଜ ପ୍ରତାପ ଫେସବୁକରେ ଅନୁଷ୍କା ଯାଦବଙ୍କ ସହିତ ତାଙ୍କର ଦୀର୍ଘକାଳର ସମ୍ପର୍କ ବିଷୟ ପ୍ରକାଶ କରିବା ପରେ ଲାଲୁ ଏଭଳି ପଦକ୍ଷେପ ନେଇଛନ୍ତି । ତେଜ ପ୍ରତାପ ନିଜର ଫେସବୁକରେ ଉଲ୍ଲେଖ କରିଥିଲେ ଯେ ଅନୁଷ୍କାଙ୍କ ସହିତ ତାଙ୍କର ଦୀର୍ଘ ୧୨ ବର୍ଷର ପ୍ରେମ ସମ୍ପର୍କ ରହିଛି । ଏହା ଉପରେ ପ୍ରତିକ୍ରିୟା…

ଇଡିକୁ ଗାଳିଦେଲେ ସୁପ୍ରିମକୋର୍ଟ – ସବୁ ସୀମା ଟପିଯାଉଛ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟକୁ ସୁପ୍ରିମକୋର୍ଟ ଗାଳିଦେବା ସହିତ ତାହା ସମସ୍ତ ସୀମା ଟପିଯାଉଛି ଏବଂ ସଂଘୀୟ ଶାସନ ବିଚାରଧାରା ଉଲ୍ଲଂଘନ କରୁଥିବା କହିଛନ୍ତି । ତାମିଲନାଡୁରେ ସରକାରୀ ପରିଚାଳିତ ମଦ ଦୋକାନଗୁଡିକ ଉପରେ ଚଳିତ ବର୍ଷ ମାର୍ଚ୍ଚ ଏବଂ ଗତ ସପ୍ତାହରେ ଇଡି ପକ୍ଷରୁ ଚଢଉ କରାଯିବା ମାମଲାରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି । କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ବର୍ତ୍ତମାନ ଚୁପ୍‌ ରହିବାକୁ କହିଛନ୍ତି । ମଦ ପରିବହନ, ବାର ଲାଇସେନ୍ସ ପ୍ରଦାନ ଏବଂ ବୋତଲ…

ଅପରେସନ ସିନ୍ଦୁରର ଆଉଟରିଚ୍‌ ଆରମ୍ଭ: ଜାପାନ ଓ ୟୁଏଇ ଗସ୍ତରେ ପ୍ରତିନିଧିଦଳ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଅପରେସନ ସିନ୍ଦୁର ସମ୍ପର୍କିତ ଆଉଟରିଚ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । ସରକାରଙ୍କ ପକ୍ଷରୁ ଗଠିତ ପ୍ରତିନିଧିଦଳ ସଞ୍ଜୟ ଝା ଏବଂ ଶ୍ରୀକାନ୍ତ ସିନେ୍ଦଙ୍କ ନେତୃତ୍ୱରେ ବୁଧବାର ଗସ୍ତ ଆରମ୍ଭ କରିଛନ୍ତି । ସଞ୍ଜୟ ଝାଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିମଣ୍ଡଳୀ ଜାପାନ ଯାଇଥିବାବେଳେ ଶ୍ରୀକାନ୍ତ ସିନେ୍ଦଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରତିନିଧି ଦଳ ୟୁଏଇ ଗସ୍ତରେ ଯାଇଛନ୍ତି । ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ଏହି ପ୍ରତିନିଧିଦଳରେ ସାମିଲ ସାଂସଦ, ପୂର୍ବତନ…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଦଶମ ଅଭିଯୋଗ ଶୁଣାଣି ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି । ଏହି ଅବସରରେ ବାକି ରହିଥିବା ଅଭିଯୋଗଗୁଡିକର ତ୍ୱରିତ ସମାଧାନ ନିମନ୍ତେ ମୁଖ୍ୟମନ୍ତୀ ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଦିନ ରାଜଧାନୀର କ୍ୟାପିଟାଲ ନର୍ସରୀ ନିକଟ ଏକ ନୂତନ ପ୍ରକୋଷ୍ଠରେ ଏହି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତକରି ଜନସାଧାରଣଙ୍କର ଅଭିଯୋଗଗୁଡିକ ସେମାନଙ୍କ ନିକଟତମ ସ୍ଥାନରେ ଶୁଣାଣି…

ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍ ସିନ୍ଦୁରର ସଫଳତା ପରେ ବୁଧବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ୟ୍ୟନ୍ତ ଯାଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ…