‘ହର୍ମାନ କୁଲ୍କେଙ୍କ ରଚିତ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଭାରତର ଇତିହାସ ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ’
ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟା ଭବନ ଠାରେ ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ପ୍ରଫେସର ହର୍ମାନ କୁଲ୍କେଙ୍କ ସ୍ମୃତିରେ ଏକ ସାରସ୍ୱତ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ଗତ ମାର୍ଚ୍ଚ ୧୦,୨୦୨୬ରେ ଐତିହାସିକ ପ୍ରଫେସର ହର୍ମାନ କୁଲ୍କେଙ୍କ ମହାପ୍ରୟାଣ ହୋଇଛି। ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ବିଶିଷ୍ଟ କଥାକାର ଗୌରହରି ଦାସ, ବିଶିଷ୍ଟ ଐତିହାସିକ ପ୍ରଫେସର…


