ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି।  ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ…

ସିଏମ୍ ଟ୍ରଫି-୨୦୨୫ ଲୋଗୋ, ଟ୍ରଫି ଓ ଆନ୍‌ଥେମ୍‌ ଉନ୍ମୋଚନ

ଭୁବନେଶ୍ୱର : ସିଏମ୍ ଟ୍ରଫି-୨୦୨୫: ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ  ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିୟନ୍‌ସିପ୍‌-୨୦୨୫ ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍‌ସିପ୍‌-୨୦୨୫ର ଲୋଗୋ, ଟ୍ରଫି, ଜର୍ସି ଏବଂ…

ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ଉପଲବ୍ଧ କରାଇବା ନିମନ୍ତେ ଆମେ କାର୍ଯ୍ୟ କରୁଛୁ। ସୁଦୃଢ଼ କ୍ରୀଡ଼ା  ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ କ୍ରୀଡ଼ା ପ୍ରତିଭା ଚୟନ ଓ ବିକାଶ ଆଦି କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ଏବଂ ଏଥି ନିମନ୍ତେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଛି। ଓଡ଼ିଶାର ୩୧୪ଟି ବ୍ଲକରେ ସମୁଦାୟ ୪୧୨୪ କୋଟି ଟଙ୍କାର ବ୍ୟୟ…

ଏସିଆ କପରେ ଅଂଶଗ୍ରହଣ କରିବନାହିଁ ଭାରତ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଭାରତୀୟ ଦଳ ଅଂଶଗ୍ରଣ କରିବ ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଏଭଳି ଏକ କଠୋର ନିଷ୍ପତ୍ତି ନେଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗିରହିଥିବା ସମୟରେ ବିସିସିଆଇ ଏଭଳି ଘୋଷଣା କରିଛି । କାରଣ ଏସିଆ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବାବେଳେ ଏହାର ନେତୃତ୍ୱ ପାକିସ୍ତାନର ଜଣେ ମନ୍ତ୍ରୀ ନେଉଛନ୍ତି । ତେଣୁ ଭାରତ ଏସିସି ଦ୍ୱାରା…