ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ
ଭୁବନେଶ୍ଵର: ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର କୀର୍ତ୍ତି ଓ କୃତି ଦ୍ଵାରା ଅନୁପ୍ରାଣିତ ହୋଇ ଶୃଙ୍ଖଳା, ଦଳଗତ ଉଦ୍ୟମ, ସାହସ ଓ ନମ୍ରତାର ମୂଲ୍ୟବୋଧକୁ ପାଥେୟ କରି ଓଡ଼ିଶା ଏବଂ ଭାରତକୁ ବିଶ୍ୱପାଇଁ କ୍ରୀଡା ଉତ୍କର୍ଷତାର ଉଜ୍ଜ୍ବଳ ବତୀଘର କରିବା ନିମନ୍ତେ ପ୍ରୟାସ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୯ ତାରିଖ ଦିନ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ…


