ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ଓଡ଼ିଶା ପୋଲିସର ସଫଳତା
ଭୁବନେଶ୍ବର : ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ ଗୌରବ ଆଣିଛନ୍ତି। ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦ ମିଟର (ମହିଳା ବର୍ଗ) ଦୌଡ଼ରେ ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି।…


