ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନର ଯୋଜନା
ତେଲଆଭିଭ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନ ଚାହୁଁଛି । ଇରାନର ଇସଲାମିକ ସରକାର ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ପ୍ରସ୍ତୁତ କରିଛନ୍ତି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦାବି କରିଛନ୍ତି । ସେ କହିଛନ୍ତି, ଟ୍ରମ୍ପଙ୍କୁ ଇରାନ ତାହାର ଏକ ନମ୍ବର ଶତ୍ରୁ ଭାବରେ ବିବେଚନା କରୁଛି । ସେଥିପାଇଁ ତାହା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରିଛି । ନେତାନ୍ୟାହୁ କହିଛନ୍ତି, ଅନ୍ୟମାନେ ଯେଉଁଭଳି ଇରାନ ସହିତ ଆଲୋଚନା କରିବା…
