ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ  ଟାକ୍ସଫୋର୍ସ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।  ବୈଠକର ପ୍ରାରମ୍ଭରେ ମାନ୍ୟବର ପ୍ରଧାନମନ୍ତ୍ରୀ “ପ୍ରଗତି” ବୈଠକରେ  ଗୁରୁତ୍ୱ  ଦେଉଥିବା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ନିର୍ମାଣାଧିନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହିତ ଜାତୀୟ ରାଜପଥ ପ୍ରକଳ୍ପ, ଶିଳ୍ପ, ଜଳସଂପଦ ବିଭାଗ ସଂପର୍କିତ ବୃହତ୍ ପ୍ରକଳ୍ପଗୁଡ଼ିକର ଅଗ୍ରଗତି…

ସଂସ୍କୃତି ଭବନରେ ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆମ ମାତୃଭାଷା ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ…

“ଜାଇକା”  ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

ଭୁବନେଶ୍ୱର : ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଜେଆଇସିଏ ( ଜାଇକା) ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟର ୭ମ  ‘ପ୍ରକଳ୍ପ ପରିଚାଳନା କମିଟି’ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରକଳ୍ପ ଅଧୀନରେ ଥିବା ସମୁଦାୟ ୩୯,୪୧୬ ହେକ୍ଟର ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପାଣି ପଞ୍ଚାୟତଗୁଡ଼ିକର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ ପ୍ରକଳ୍ପର…

“ମହାପ୍ରଭୁଙ୍କ ଜମିର ସୁରକ୍ଷା ଆମର ନୈତିକ ଦାୟିତ୍ବ” – ରାଜସ୍ୱ ସଚିବ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାରl ସୁତରାଂ ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ ବୋଲି କହିଛନ୍ତି ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ଯରେ ଲୋକସେବା ଭବନରେ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ରାଜସ୍ୱ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିl ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ବନ୍ଧରେ ମାନ୍ୟବର ସର୍ବୋଚ୍ଚ…

ଓଡ଼ିଶା ଯାତ୍ରୀର ସଫଳତା: ସୁଦୃଢ଼ ହେଲା ନାଗରିକ ସୁରକ୍ଷା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପ୍ରମୁଖ ଜନ-କୈନ୍ଦ୍ରିକ ପରିବହନ ସେବା ‘ଓଡ଼ିଶା ଯାତ୍ରୀ’, ରାଜ୍ୟରେ ନିଜର ସେବା ସମ୍ପ୍ରସାରଣ ସହ ନାଗରିକ ସୁରକ୍ଷା, ଡିଜିଟାଲ୍ ନବସୃଜନ ଏବଂ ଚାଳକଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପ୍ଲାଟଫର୍ମକୁ ଏକ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥାରେ ପରିଣତ କରାଯାଇଛି, ଯେଉଁଥିରେ ଅତ୍ୟାଧୁନିକ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୂତନ ବ୍ୟବସ୍ଥା ଅଧୀନରେ ବର୍ତ୍ତମାନ ପୋଲିସ ସହ ସିଧାସଳଖ…

ବିଭିନ୍ନ କେନ୍ଦ୍ର ଓ ବୋର୍ଡ଼ କାର୍ଯ୍ୟାଳୟ ବୁଲି ମାଟ୍ରିକ୍ ପରୀକ୍ଷା ପରିଚାଳନା ତଦାରଖ କଲେ ଆୟୁକ୍ତ ତଥା ଶାସନ ସଚିବ

ଭୁବନେଶ୍ବର: ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି। ଡ଼ା ନାୟକ ସମସ୍ତ…

ଟାଟା ସହଭାଗିତାରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ଭାବେ ଉନ୍ନିତ ହେବ ୨୨ଟି ସରକାରୀ ITI

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର  ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ ଶିଳ୍ପ ଆବଶ୍ୟକତା ସହ ଯୋଡିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କର ମୁଖ୍ୟ ପ୍ରାଥମିକତା। ଭିତ୍ତିଭୂମି ଶିଳ୍ପ ଗଢେ, ହେଲେ…

ଉନ୍ନତ ଇଭି ବସ୍ ତାଲିମ ଶେଷ କରି ଫେରିଲେ ୨୦ ମହିଳା ଚାଳକ

ଭୁବନେଶ୍ୱର: ମହିଳାଙ୍କ ନେତୃତ୍ୱରେ ସହରୀ ପରିବହନ ସେବାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ପ୍ରମୁଖ ସାର୍ବଜନୀନ ପରିବହନ ସଂସ୍ଥା ‘କ୍ୟାପିଟାଲ୍ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ’(କ୍ରୁଟ୍‍) ପକ୍ଷରୁ ‘ଆମ ବସ୍’ ସେବା ପାଇଁ ମହିଳା ଚାଳକ ନିଯୁକ୍ତିର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ, ବୈଧ ଭାରୀ ଯାନ ଚାଳନା ଅନୁମତିପତ୍ର ଥିବା ୨୦ ଜଣ ମହିଳା ଚାଳକଙ୍କୁ ପୁଣେରେ ଉନ୍ନତ ତାଲିମ ପାଇଁ ଚୟନ…

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମ୍ଳାନ ପ୍ରତିଭା ଓ ସଙ୍ଗୀତମୟ ଜୀବନ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଆଦର୍ଶ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ” କିମ୍ବଦନ୍ତୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ…

ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୨୧ ହଜାରରୁ ଉର୍ଦ୍ଧ୍ୱ ଅନ୍ନଦାତାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୦୫୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରେରଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ କୃଷିପ୍ରଧାନ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଚାଷୀଙ୍କ ଠାରୁ ବିପୁଳ ପରିମାଣରେ ଧାନ କ୍ରୟ କରାଯାଇଥାଏ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନମାନଙ୍କ ପକ୍ଷରୁ ମଣ୍ଡିଗୁଡିକର ସୁପରିଚାଳନା, ସୁବିଧାରେ ପଞ୍ଜିକରଣ, ତାସହ ତ୍ୱରିତ ଓ ସମୟୋଚିତ ଭାବେ ଚାଷୀମାନଙ୍କ ଖାତାକୁ ଆର୍ଥିକ ପ୍ରାବଧାନ ପହଞ୍ଚାଇବାକୁ ବିଭିନ୍ନ ସମୟଉପଯୋଗୀ ବ୍ୟବସ୍ଥା କରାଯାଇଛି। ଫଳ ସ୍ୱରୂପ, ଗଞ୍ଜାମ…