୪୧୧୧ କୋଟିର ୨୩ ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେଆଗକୁ ବଢୁଥିବା ଓଡ଼ିଶା ସରକାର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଆଭିମୁଖ୍ୟକୁ କାର୍ଯାନୁଷ୍ଠାନ ଦିଗରେଯାତ୍ରା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୧୪୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁସିଏ) ବୈଠକ ମାଧ୍ୟମରେ ମୋଟ ୪୧୧୧.୮୦ କୋଟି ଟଙ୍କା ବିନିଯୋଗ ସହିତ ୨୩ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି, ଯାହା ୯୯୨୪ ବା ପ୍ରାୟ ୧୦ ହଜାର…


