କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଜର୍ମାନୀରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ଼ ୟୁନିଭରସିଟି ଗେମ୍ସ-୨୦୨୫ରେ କାଂସ୍ଯ ପଦକ ଜିତିଥିବା ପୁରୁଷ ୪x୧୦୦ ରିଲେ ଟିମ୍‌ର ସଦସ୍ଯ ଥିବା କ୍ରୀଡ଼ାବିତ୍ ଅନିମେଶ କୁଜୁର, ଲାଲୁପ୍ରସାଦ ଭୋଇ ଏବଂ ଡିଏମ୍ ଜୟରାମଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ୱାର୍ଲଡ଼ ୟୁନିଭରସିଟି ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନଙ୍କର ଚମତ୍କାର ପ୍ରଦର୍ଶନ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ…

ଭୁବନେଶ୍ୱରରେ ହେବ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପବାଚସ୍ପତି ଭାବନୀଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି…

କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କେନ୍ଦ୍ର ଶକ୍ତି, ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ଏବଂ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ବିଚାର ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ, ପୁନର୍ବିନ୍ୟାସ କ୍ଷେତ୍ର ଯୋଜନା (RDSS) ଅଧୀନରେ ୩୦୬୯ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ଆଲୋଚନା ରହିଛି। ସେହିଭଳି, ଓଡ଼ିଶା ବାରମ୍ବାର ଘୂର୍ଣ୍ଣିଝଡ଼ ଏବଂ…

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିଷ୍ଠାନ ପରିସର ମଧ୍ୟରେ ପାଠାଗାର କୋଠା, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ବାସଗୃହ, ହଷ୍ଟେଲ ଓ ଏକାଡେମିକ୍‌ ବ୍ଲକ୍‌ର ଅତିରିକ୍ତ ମହଲା ନିର୍ମାଣ ନିମନ୍ତେ ଏକ ବୁଝାମଣାପତ୍ର ଖାରବେଳ ଭବନଠାରେ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଏବଂ ଓଡ଼ିଶା ନିର୍ମାଣ ନିଗମ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା…

କର୍ମ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ନିବାରଣ ଆଇନ ସଂପର୍କିତ ସଚେତନତା ଶିବିର

ଭୁବନେଶ୍ୱର: ଚଳିତ ଜୁଲାଇ ୨୯ ତାରିଖ ଦିନ ରାଜଭବନର  ନୁ୍ୟ ଅଭିଷେକ ହଲ୍ଠାରେ “କର୍ମ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା (ସୁରକ୍ଷା, ନିବାରଣ ଏବଂ ପ୍ରତିକାର) ଆଇନ – ୨୦୧୩”ସଂପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ଉଦ୍ବୋଧନ ଦେଇ ସଚେତନତା ଶିବିର ଆୟୋଜନର ଉଦେ୍ଦଶ୍ୟ ସଂପର୍କରେ ଆଲୋକପାତ କରିବା ସହ କର୍ମ କ୍ଷେତ୍ରରେ ସଚ୍ଚୋଟତା, ସମ୍ମାନ ଓ ବୃତ୍ତିଗତ ଚିନ୍ତାଧାର ବଜାୟ ରଖିବା ଏବଂ କର୍ମକ୍ଷେତ୍ରକୁ ଏକ ନିରାପଦ…

କୃଷି-ପ୍ରଯୁକ୍ତି ବିଦ୍ୟା ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ସୋସିଆଲ ଆଲଫା ଏବଂ ଓଡ଼ିଶା ସରକାରଙ୍କ ବହୁଭାଗୀ କର୍ମଶାଳା

ଭୁବନେଶ୍ୱର: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ସହଭାଗୀତାରେ ସୋସିଆଲ ଆଲଫା ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସୀରେ “ଓଡ଼ିଶାରେ କୃଷି-ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା” ଉପରେ ଏକ ରାଜ୍ୟସ୍ତରୀୟ ବହୁଭାଗୀ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ପ୍ରଦର୍ଶିତ ପ୍ରଯୁକ୍ତିବିଦ୍ୟା ସହିତ ଚାଷୀମାନେ ଉଦ୍ଭାବନକୁ ପ୍ରତ୍ୟକ୍ଷ ଭାବରେ ବ୍ୟବହାର କରିଥିଲେ। ଉତ୍ପାଦ ପ୍ରଦର୍ଶନ, ଦର୍ଶକଙ୍କ ସହିତ ଏକ ଖୋଲା ପ୍ରଶ୍ନୋତ୍ତର ଏବଂ ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା ବୈଧତା ସଂସ୍ଥା ଏବଂ ଷ୍ଟାର୍ଟଅପ୍ ଆଦି ଉଚ୍ଚସ୍ତରୀୟ ପ୍ୟାନେଲ୍ ଆଲୋଚନା…

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହେବା ଫଳରେ ୬ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୧୧ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଥିବାବେଳେ ଏକ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୯ଟି ଆଶ୍ରୟସ୍ଥଳରେ ରଖାଯାଇଛି। ବନ୍ୟା ପରିସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର…

ସମ୍ମାନ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ନବୀକରଣ ପ୍ରତିଶୃତି ସହିତ ଦୁଇଦିନିଆ ଜାତୀୟ ଗରିମା ସମ୍ମିଳନୀ ଶେଷ

ଭୁବନେଶ୍ୱର :  ଓଡ଼ିଶାର ଗରିମା ପଦକ୍ଷେପ ଅଧୀନରେ “ମୁଖ୍ୟ ପରିମଳ କର୍ମଚାରୀଙ୍କ ସମ୍ମାନ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା” ଉପରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଛି। ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଦିଗରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ପରିମଳ କାର୍ଯ୍ୟରେ ଅଂଶୀଦାରମାନଙ୍କୁ ସ୍ୱୀକୃତି ଦେବାରେ…

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିରିପୁରସ୍ଥିତ ଇମେଜ୍ ଠାରେ ଆୟୋଜିତ କରାଯାଇଛି। ଏହି ପ୍ରଶିକ୍ଷଣରେ ୧୦୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ,  ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା…

ଓଡ଼ିଶାରୁ ଏଫସିଆଇ ଦ୍ୱାରା ଚାଉଳ ସଂଗ୍ରହ ବିଷୟରେ ଆଲୋଚନା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଦିଲ୍ଲୀ ଗସ୍ତ କରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଓଡ଼ିଶାର ସାଂସଦମାନଙ୍କ ସହିତ ମାନ୍ୟବର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି। ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ ଲକ୍ଷ୍ୟ ବିଷୟରେ ଆଲୋଚନା କରିଛନ୍ତି ଏବଂ ଏଫସିଆଇ ଦ୍ୱାରା ଚାଉଳ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ଖରିଫ ୨୦୨୪-୨୫ ସମୟରେ ଓଡ଼ିଶା ରେକର୍ଡ ପରିମାଣର ୯୨,୬୪,୨୩୫ ମେଟ୍ରିକ ଟନ୍…