ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ବର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ IT-ITeS ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେୟାର (E & H) ଟ୍ରେଡ୍ ର ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। CTTC ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ଠାରେ  ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…

ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

କଟକ : କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ହେଉଛି ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କରାଯିବ। ଓଡ଼ିଶାରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଥର ପାଇଁ ଆୟୋଜିତ ହେଉଛି। ଚଳିତ…

ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଟ ୨୦୨୫ ପାଇଁ ପୁରୀରେ ଏକାଠି ହେବେ ବିଶ୍ୱ ନେତୃବୃନ୍ଦ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ୫-୭ ଡିସେମ୍ବର ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମ୍ମିଟ (ଜିଇଏଲଏସ) ୨୦୨୫ ପାଇଁ ପୁରୀରେ ବିଶ୍ୱ ଏବଂ ଜାତୀୟ ଊର୍ଜା ନେତୃବନ୍ଦମାନଙ୍କୁ ଆମନ୍ତ୍ରିତ କରିଛନ୍ତି। ଭାରତର ଦୀର୍ଘକାଳୀନ ଊର୍ଜା ସମ୍ପର୍କିତ ଭବିଷ୍ୟତକୁ ରୂପ ଦେବା ପାଇଁ ଏକ ଗୁଣାତ୍ମକ ଆଲୋଚନାଚକ୍ର ନିମନ୍ତେ ଏକ ପ୍ରଭାବୀ ମଞ୍ଚ ଭାବରେ ଏହି ସମ୍ମିଟକୁ ଡିଜାଇନ୍ କରାଯାଇଛି,  ଯାହା ପ୍ରାୟ ୧୫ ଟି ଭାରତୀୟ ରାଜ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କୁ…

୩୬ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମଣିପୁରୀ ଓ ଓଡିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

କୋଣାର୍କ : ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ  ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ୩୬ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ମଣିପୁରୀ ଓ ଓଡିଶୀ ନୃତ୍ୟର ଅପୂର୍ବ ସମ୍ଭାର। କୋଣାର୍କ ମନ୍ଦିର ହେଉଛି ଅପୂର୍ବ ଶିଳ୍ପକଳା, ପ୍ରାଚୀନ କୀର୍ତ୍ତିରାଜି ଓ ମୂଲ୍ୟବାନ ସାଂସ୍କୃତିକ ପରମ୍ପରାର ଚରମ ନିଦର୍ଶନ। ଓଡ଼ିଶୀ ମନ୍ଦିରର ଚାରୁକାରୁକଳା ସହିତ ପୁରୁଷ ଓ ପ୍ରକୃତିର ଏକ ଶୋଭନୀୟ…

ଆନ୍ତଃ-ବିଭାଗୀୟ ସମନ୍ୱୟ ଏବଂ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ପରିଚାଳନାକୁ ଅଧିକ ପ୍ରଭାବୀ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ୨୦୨୫–୨୬ ବର୍ଷର ୧ମ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ହ୍ରାସ ପାଣ୍ଠି (ଏସଡିଏମଏଫ୍‌)କୁ ନେଇ ଗଠିତ ରାଜ୍ୟ ବିପର୍ଯ୍ୟୟ ଆପଦ ପରିଚାଳନା ପାଣ୍ଠି (ଏସଡିଆରଏମଏଫ୍‌) ଅଧିନରେ ରହିଥିବା ଅର୍ଥ ଓ ୨୦୨୫–୨୬ ଆର୍ଥିକ ବର୍ଷର ଖର୍ଚ୍ଚ ଅନୁମୋଦନ ସଂପର୍କରେ ଆଲୋଚନା କରାଯାଇଥିଲା। ଗତମାର୍ଚ୍ଚ ମାସ…

କ୍ରିକେଟ ମ୍ୟାଚ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ  ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି।  ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସପି,…

“ସୁରକ୍ଷା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା” ସମ୍ବନ୍ଧିତ ବୈଷୟିକ ପ୍ରଶିକ୍ଷଣ

ଭୁବନେଶ୍ଵର: ରାଜ୍ୟରେ କାରଖାନାମାନଙ୍କର ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସୁଥୁବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟରେ ତାଲିମ କାର୍ଯ୍ୟକ୍ରମମାନ ସଂଗଠିତ ହେଉଛି, ଯାହା ଦୁର୍ଘଟନା ପ୍ରତିରୋଧକୁ ସୁଦୃଢ଼ କରୁଛି। ଏହି କ୍ରମରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ଆନୁକୂଲ୍ୟରେ ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ନିରାପତ୍ତା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା”…

 ‘ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା’ ବିଷୟବସ୍ତୁ ଉପରେ ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ୨୦୨୫ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ ୨୦୨୫ ଡିସେମ୍ବର ୫, ୨୦୨୫ ରେ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଶ୍ବ ମୃତ୍ତିକା ଦିବସର ବିଶ୍ବସ୍ତରୀୟ ପାଳନକୁ ଚିହ୍ନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ବର୍ଷର ବିଷୟବସ୍ତୁ ଥିଲା “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା”। ମୃତ୍ତିକା ସ୍ବାସ୍ଥ୍ୟ କିପରି ସ‌ହରାଞ୍ଚଳରେ ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ପରିଷ୍କାର ବାୟୁ, ବିଶୁଦ୍ଧ ଜଳ ଏବଂ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ…

ଔଷଧୀୟ ଉଦ୍ଭିଦ ଉପରେ ଅନଲାଇନ୍ କୁଇଜ୍

ଭୁବନେଶ୍ୱର : ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡିଶା ଦ୍ୱାରା ଆସନ୍ତା ୧୦ରୁ ୧୬ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ–୩, ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆୟୋଜିତ ହେବାକୁ ଯାଉଛି। ସମଗ୍ର ରାଜ୍ୟରୁ ବନ ସୁରକ୍ଷା ସମିତି (VSS) ସଦସ୍ୟ, ବୈଦ୍ୟ, ଔଷଧୀୟ ଉଦ୍ଭିଦ ଚାଷୀ, ପ୍ରାଥମିକ ସଂଗ୍ରାହକ, ଗବେଷକ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ମେଳାରେ ଭାଗନେବେ। ଏହାକୁ ଦୃଷ୍ଟିରେ ରଖି ଏବଂ ଔଷଧୀୟ ଉଦ୍ଭିଦ ସମ୍ପର୍କରେ ସଚେତନତା ବୃଦ୍ଧି…

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ:  ଓଡିଶା ପୁରସ୍କୃତ

ଭୁବନେଶ୍ୱର : ଡିସେମ୍ବର 3 ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ରାଷ୍ଟ୍ରୀୟ ପୁରସ୍କାର ସମାରୋହ – 2025 ବର୍ଷ ଅନୁଷ୍ଠିତ ହୋଇଯାଇଛିI ଏହି ଉତ୍ସବରେ ରାଷ୍ଟ୍ରପତି ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରିଥିଲେI ଏହି କ୍ରମରେ ବ୍ରତତୀ ହରିଚନ୍ଦନ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଓଡିଶା; ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କ ମଧ୍ୟରେ ଭିନ୍ନକ୍ଷମ ଅଧିକାର ଅଧିନିୟମ 2016ର ପ୍ରଭାବୀ କ୍ରିୟାନ୍ୱୟନ ଏବଂ…