ଶିଶିର ସରସ–୨୦୨୬ ମେଳା ପରିସର ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ଉପରେ ଗୁରୁତ୍ୱ

ଭୁବନେଶ୍ଵର : ଆରମ୍ଭ ହେବାକୁ ଯାଉଛି ମେଗା ‘ଶିଶିର ସରସ–୨୦୨୬। ମେଳା ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଭୁବନେଶ୍ଵରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ମେଳା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ସମସ୍ତ ବିଭାଗର ନୋଡାଲ୍ ଅଧିକାରୀଗଣ ମେଳା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଯଥା ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଜଣାଇଥିଲେ। ଏହି ଅବସରରେ ପ୍ରସ୍ତୁତି…

“ଖଦି ପିନ୍ଧିବା, ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା”

ଭୁବନେଶ୍ଵର: ଖଦି; ସ୍ଵଦେଶୀ, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ। ଅଧିକରୁ ଅଧିକ ଖଦି ପିନ୍ଧିଲେ, ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି ବିଧାନସଭା ପେପରସ୍ ଲେଡ୍ ଅନ୍ ଦ ଟେବୁଲ୍ କମିଟି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପରିଦର୍ଶନ ସମୟରେ ଖଦିର ପୁନରୁଥାନ ପାଇଁ ଆଲୋଚନାରେ ଏହି ମତ ପ୍ରକାଶ ପାଇଛି।  ବିଧାନସଭା କମିଟି ସମ୍ମୁଖରେ ଖଦି ବୋର୍ଡ଼ ସଦସ୍ୟ ଓ ବୁଣାକାରମାନେ ଖଦିର ପୁନରୁଥାନ ପାଇଁ ବିଭିନ୍ନ…

୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ ପୋର୍ଟାଲରେ ଉପଲବ୍ଧ ରହିବ

ଭୁବନେଶ୍ୱର : ଲୋକସେବା ଭବନ ଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ (ଓଗ୍ରୀ ପୋର୍ଟାଲ- ogri.optcl.co.in)ର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ। ଗ୍ରୀଡ୍ ର ଟ୍ରାନ୍ସଫରମେସନ କ୍ଷମତା, ବିଦ୍ୟୁତ୍ ଉପଲବ୍ଧତା, ବର୍ତ୍ତମାନ କେତେ ଲୋଡ ରହିଛି ଆଉ କେତେ ଅଧିକ…

ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଦ୍ୱାରା ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶାର ବାଉଁଶ କ୍ଷେତ୍ରକୁ ରାଜ୍ୟର ସବୁଜ ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନଠାରେ ଜାନୁଆରୀ ୯ ତାରିଖରେ ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ୱାନ ଫ୍ୟୁଚର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ନେତୃବୃନ୍ଦ ଏବଂ ସ୍ଥାୟୀ ଡିଜାଇନ୍ ବିଶେଷଜ୍ଞଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଗ୍ରାମୀଣ…

‘ଦକ୍ଷତା (Skill)ର ସମସ୍ତ ସ୍ତରରେ  ଉତ୍କର୍ଷ ହାସଲ କରିବା ହେଉଛି ଆମର ଲକ୍ଷ୍ୟ’

ଭୁବନେଶ୍ୱର: ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ  ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ। ଏହି ଦକ୍ଷତା…

ଗୁରୁ କେଳୁଚରଣଙ୍କ କୀର୍ତ୍ତି ଓ କୃତି ଚିର ସ୍ମରଣୀୟ : ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମ। ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣଙ୍କ ଓଡ଼ିଶୀ ନୃତ୍ୟ ଶୈଳୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ “ଓଡ଼ିଶୀ ସନ୍ଧ୍ୟା” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। “ଓଡ଼ିଶୀ ସନ୍ଧ୍ୟା” କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ଡ଼. ସୋନଲ…

ଶିଶିର ସରସ ମେଳା -୨୦୨୬: ଯୋଗଦେବେ ୩୦ ଜିଲ୍ଲା, ୨୦ ରାଜ୍ୟରୁ କାରିଗର

ଭୁବନେଶ୍ଵର:  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ଵାରା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଶିଶିର ସରସ-୨୦୨୬। ଭୁବନେଶ୍ବରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।  ମିଶନ ଶକ୍ତିର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉତ୍ପାଦକ, କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ସିଧାସଳଖ ବିକ୍ରୟ ସୁଯୋଗ ପ୍ରଦାନ କରିବା। ଏଥିରେ ଓଡ଼ିଶା ଏବଂ…

‘ଅଟଳ ବନ’ କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ଓଡିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଡ଼….

ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ

ଭୁବନେଶ୍ବର : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସିଏମ୍ ଟ୍ରଫି-୨୦୨୫ରେ ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ କଳିଙ୍ଗ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଯୁବ ଫୁଟବଲ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯିବାକୁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇବା ସହ ଫୁଟବଲରେ ଶ୍ରେଷ୍ଠ…

ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନ; ଚିଲିକାରେ ପ୍ରବାସୀ ପକ୍ଷୀ ସମାଗମ ଓ ନୌକା ଦୌଡ଼ର ରୋମାଞ୍ଚ

ଭୁବନେଶ୍ୱର : ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନରେ ପକ୍ଷୀ ଦର୍ଶନ, ସ୍ଥାନୀୟ ଲୋକମାନଙ୍କର ସକ୍ରିୟ ସହଭାଗିତା ଓ ପାରମ୍ପରିକ ନୌକା ଦୌଡ଼ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ସହ ପର୍ଯ୍ୟଟନର ବିକାଶ କରିବା ହେଉଛି ଓଡ଼ିଶା ସରକାରଙ୍କ ମୁଖ୍ୟ ଦୃଷ୍ଟିକୋଣ। ଏହି ମହୋତ୍ସବ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କ ସହାଭାଗିତାରେ ଆୟୋଜନ କରାଯାଉଛି। ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ମାଧ୍ୟମରେ ଚିଲିକାକୁ…