ଇଡିକୁ ଗାଳିଦେଲେ ସୁପ୍ରିମକୋର୍ଟ – ସବୁ ସୀମା ଟପିଯାଉଛ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟକୁ ସୁପ୍ରିମକୋର୍ଟ ଗାଳିଦେବା ସହିତ ତାହା ସମସ୍ତ ସୀମା ଟପିଯାଉଛି ଏବଂ ସଂଘୀୟ ଶାସନ ବିଚାରଧାରା ଉଲ୍ଲଂଘନ କରୁଥିବା କହିଛନ୍ତି । ତାମିଲନାଡୁରେ ସରକାରୀ ପରିଚାଳିତ ମଦ ଦୋକାନଗୁଡିକ ଉପରେ ଚଳିତ ବର୍ଷ ମାର୍ଚ୍ଚ ଏବଂ ଗତ ସପ୍ତାହରେ ଇଡି ପକ୍ଷରୁ ଚଢଉ କରାଯିବା ମାମଲାରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି । କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ବର୍ତ୍ତମାନ ଚୁପ୍ ରହିବାକୁ କହିଛନ୍ତି । ମଦ ପରିବହନ, ବାର ଲାଇସେନ୍ସ ପ୍ରଦାନ ଏବଂ ବୋତଲ…
