ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ପ୍ରତିଷ୍ଠା ଦିବସ : ୮୬ ଜଣଙ୍କୁ ଛାତ୍ରବୃତ୍ତି
ଭୁବନେଶ୍ୱର : ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ, ଉପ ନିର୍ଦ୍ଦେଶକ ଡ଼. ସ୍ମିତା ମହାନ୍ତି, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପ ସଭାପତି ଜନାବ୍ ସୟଦ୍ ନଫିସ୍…


