ସମବାୟ ସପ୍ତାହ ଉପଲକ୍ଷେ ସଚେତନତା ଗଣଦୌଡ଼

ଭୁବନେଶ୍ୱର : ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ (୧୪-୨୦ ନଭେମ୍ବର, ୨୦୨୫) ଉପଲକ୍ଷେ ଏକ ସଚେତନତା ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼କୁ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାମ ମନ୍ଦିର ଛକସ୍ଥିତ ସେଣ୍ଟ ଜୋସେଫ୍ ସ୍କୁଲଠାରୁ ସମବାୟ ଭବନ ପର୍ଯ୍ୟନ୍ତ ଏହି ସଚେତନତା ଗଣଦୌଡ଼ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ…

ରାଜ୍ୟରେ ଏଲ୍‌ପିଜି ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଏଲ୍‌ପିଜି ସିଲିଣ୍ଡର ଖାଉଟିମାନଙ୍କୁ ସୁବିଧାରେ ଓ ଠିକଣା ସମୟରେ ଗ୍ୟାସ ପହଞ୍ଚାଇବା ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି। ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗ୍ୟାସ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଖାଉଟିମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପ୍ରତିନିଧିମାନଙ୍କୁ…

ନଭେମ୍ବର ୧୪ରୁ ୨୭ ଯାଏଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ଶୁକ୍ରବାର ଏହାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ‘ଓଡ଼ିଶା ମଣ୍ଡପ’ର ଆକର୍ଷଣୀୟ ଡିଜାଇନକୁ ପ୍ରଶଂସା କରିଥିଲେ।‘ଏଥର ‘ଓଡ଼ିଶା ମଣ୍ଡପ’ବେଶ୍‌ ଆକର୍ଷଣୀୟ ହୋଇଛି। ଏଠାରେ ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ସାଙ୍ଗକୁ କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ…

ଆଳୁ କ୍ରେତା ଓ ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଆଳୁ ଉପଲବ୍ଧ କରାଇବା ପାଇଁ ଆଳୁ କ୍ରେତା ଓ ବିକ୍ରେତାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉତ୍ତରପ୍ରଦେଶ ରାଜ୍ୟ ଉଦ୍ୟାନ କୃଷି ସମବାୟ ମାର୍କେଟିଂ ଫେଡେରେସନ୍‌, ଉତ୍ତରପ୍ରଦେଶ ରାଜ୍ୟ କୃଷି ଉତ୍ପାଦ ବଜାର ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ ଉପଲବ୍ଧ କରାଇବା ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

ଜନଜାତୀୟ ଗୌରବ ଦିବସ : ସେବା ସମ୍ମାନ ପ୍ରଦାନ, ଛାତ୍ରଛାତ୍ରୀ ହେଲେ ପୁରସ୍କୃତ

ଭୁବନେଶ୍ବର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI)ଠାରେ ଜନଜାତୀୟ ଗୌରବ ବର୍ଷ ପଖୱାଡା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, SCSTRTI ନିର୍ଦ୍ଦେଶକ ସୁଧାକର ଶବର, ଦେଶିଆ ଭାଷା ଗବେଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଜୟ ଉପାଧ୍ୟେୟ, ରାଜଧାନୀ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ମନ୍ମଥ କୁଣ୍ଡୁ, ଛତ୍ରପୁର ସରକାରୀ ବିଜ୍ଞାନ କେଲଜ ଅଧ୍ୟକ୍ଷ ପ୍ରଫେସର…

ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟା ହ୍ରାସ ପାଇଁ ବ୍ୟାପକ ଜନ ସଚେତନତା କରାଯିବ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବ୍ୟାପକ ଜଣସଚେତନତା ମାଧ୍ୟମରେ ଏହି ସଂଖ୍ୟା ହ୍ରାସ କରିହେବ I ଏଥିପାଇଁ  ନଭେମ୍ବର ୧୬ ରୁ ୩୦ ଯାଏଁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ଚାରିଟି ‘ଇ’ଯଥା- ଏନଫୋର୍ସମେଣ୍ଟ,…

“ନିପୁଣ ଓଡ଼ିଶା-ନିପୁଣ ଭାରତ”କାର୍ଯ୍ୟକ୍ରମ ମାଧ୍ୟମରେ ଭାଗ ନେଲେ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଛନ୍ତି ଯେ ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ — ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଂଚ। ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ…

ଭିତ୍ତିଭୂମି ପ୍ରକଳ୍ପ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଫରେଷ୍ଟ ଡାଇଭର୍ଶନ ପ୍ରସ୍ତାବଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ସୁନିଶ୍ଚିତ କରିବା ପାଇଁ ତୃତୀୟ ସମନ୍ୱୟ ବୈଠକ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବବର୍ତ୍ତୀ ଅକ୍ଟୋବର ମାସରେ ହୋଇଥିବା…

ଓଡ଼ିଶା ଏକମାତ୍ର ରାଜ୍ୟଭାବେ ଶ୍ରୀଅନ୍ନ ପାଇଁ ଗୋଟିଏ ଦିନକୁ ଉତ୍ସର୍ଗ କରିଛି

ଭୁବନେଶ୍ଵର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ନଭେମ୍ବର ୧୦ ଓ ୧୧ରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ମହିଳା କୃଷକ ସମ୍ମିଳନୀ ୨୦୨୫ ଲୋକସେବା ଭବନ କନଭେନସନ ହଲଠାରେ ସଫଳତାର ସହ ସମାପ୍ତ ହୋଇଛି। ଏହି ସମ୍ମିଳନୀ “କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ଭୂମିକା”ଶୀର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଥିଲା। ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ…

ଓଡିଶାକୁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସାମୁଦ୍ରିକ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ

ଭୁବନେଶ୍ୱର: ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ତରଫରୁ ଓଡ଼ିଶା ସାମୁଦ୍ରିକ ଦୃଷ୍ଟିକୋଣ ଯୋଜନା (OMPP) ପ୍ରସ୍ତୁତି ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳା ଆୟୋଜନ କରଯାଇଥିଲାI ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସାମୁଦ୍ରିକ ରାଜ୍ୟରେ ପରିଣତ କରିବା ପାଇଁ ଏକ ରଣନୈତିକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନିମନ୍ତେ ବିଚାରବିମର୍ଷ ନିମନ୍ତେ ଏହି କର୍ମଶାଳାର ଆୟୋଜନ କରଯାଇଥିଲାI ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନର ୮ମ ମହଲା…