ଡିଜିଟାଲ ସର୍ବେକ୍ଷଣରେ ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ପ୍ରଶଂସା
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏଗ୍ରିଷ୍ଟାକ୍ ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଗ୍ରିଷ୍ଟାକ୍ ହେଉଛି ଭାରତ ସରକାରଙ୍କ ଦ୍ୱାରା ବିକଶିତ ଏକ ଏକୀକୀତ କୃଷି ତଥ୍ୟ ପ୍ଲାଟ୍ଫର୍ମ। ଏଥିରେ କୃଷକଙ୍କର ରହିଥିବା ଜମି, ଫସଲ ସମ୍ବନ୍ଧୀୟ ସୂଚନା ଏକାଠି ଡିଜିଟାଲ ମାଧ୍ୟମରେ ରଖାଯିବା ବ୍ୟବସ୍ଥା ରହିଛି, ଯଦ୍ୱାରା କୃଷକଙ୍କୁ ଡିଜିଟାଲ ମାଧ୍ୟମରେ ଉଦ୍ଦିଷ୍ଟ ସେବା ଠିକ୍ ଭାବେ ପହଁଚାଇବାରେ ସହଜ କରିବ। ଏଗ୍ରିଷ୍ଟାକ୍ ଅଧିନରେ ଫସଲର…


