ରାଜ୍ୟରେ  ‘‘ଷ୍ଟପ୍-ଡାଇରିଆ’ଅଭିଯାନ ଆରମ୍ଭ

ଭୁବନେଶ୍ୱର: ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏହି ଅଭିଯାନର ଶୁଭ ଉଦଘାଟନ୍ କରି କହିଥିଲେ ଯେ ଲୋକଙ୍କର ସ୍ଵାସ୍ଥ୍ୟ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ଡାଇରିଆ ଏକ ବର୍ଷା…

ଲିଙ୍ଗଭିତ୍ତିକ ହିଂସା ଏବଂ ପୀଡିତାମାନଙ୍କ ମାନସିକ ଆଘାତ ଯତ୍ନ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଭା ଗୃହରେ ଲିଙ୍ଗଭିତ୍ତିକ ହିଂସା ଏବଂ ପୀଡିତାମାନଙ୍କ ମାନସିକ ଆଘାତ ଯତ୍ନ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲିଙ୍ଗଭିତ୍ତିକ ହିଂସା ପ୍ରତି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି ବୋଲି ଦୃଢ ମତ ରଖିଥିଲେ। ସଖୀ-ୱାନ ଷ୍ଟପ ସେଣ୍ଟର ଭଳି କେନ୍ଦ୍ରମାନଙ୍କରେ ରହୁଥିବା ପୀଡିତମାନଙ୍କ…

ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ…

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନର ଯୋଜନା

ତେଲଆଭିଭ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନ ଚାହୁଁଛି । ଇରାନର ଇସଲାମିକ ସରକାର ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ପ୍ରସ୍ତୁତ କରିଛନ୍ତି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦାବି କରିଛନ୍ତି । ସେ କହିଛନ୍ତି, ଟ୍ରମ୍ପଙ୍କୁ ଇରାନ ତାହାର ଏକ ନମ୍ବର ଶତ୍ରୁ ଭାବରେ ବିବେଚନା କରୁଛି । ସେଥିପାଇଁ ତାହା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରିଛି । ନେତାନ୍ୟାହୁ କହିଛନ୍ତି, ଅନ୍ୟମାନେ ଯେଉଁଭଳି ଇରାନ ସହିତ ଆଲୋଚନା କରିବା…

ଜନଗଣନା ପାଇଁ ଗେଜେଟ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜନଗଣନା ନିମନ୍ତେ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ମର୍ମରେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜନଗଣନା କାର୍ଯ୍ୟ ପରିଚାଳନା ନିମନ୍ତେ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।ମିଳିଥିବା ସୂଚନା ଅନୁଯାୟୀ ୩୪ ଲକ୍ଷ ଜନଗଣନାକାରୀ ଏବଂ ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତାଙ୍କୁ ଏହି କାର୍ଯ୍ୟରେ…

୨୦୦ କୋଟିରେ ନିକ୍କୋ ପାର୍କର ହେବ ନବୀକରଣ

ଭୁବନେଶ୍ୱର: ରାଜଧାନୀ କେନ୍ଦ୍ର ସ୍ଥଳରେ ଥିବା ନିକ୍କୋ ପାର୍କ ଏବଂ ସେଠାରେ ଥିବା ହ୍ରଦ ଅଂଚଳର ପୁନରୁଦ୍ଧାର ସହିତ ନବୀକରଣ କରାଯିବ । ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ୩ କିଲୋମିଟର ଦୀର୍ଘ ୧୦ ନମ୍ବର ନାଳର ରୂପାନ୍ତରଣ କରିବା ସହିତ ବିଡିଏ ସିଟି ସେଂଟର (ପୂର୍ବର ନିକ୍କୋ ପାର୍କ) ଏବଂ ଜନପଥ ନିକଟରେ ଥିବା ହ୍ରଦ ଅଂଚଳର ବିକାଶ କରିବ । ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଆଧୁନିକ ସର୍ବସାଧାରଣ ଅବସର…

ଚାଂଚଲ୍ୟ: ରାତି ଅଧରେ ନାବାଳିକା ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ରାତିରେ ଏକ ଚିନ୍ତାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ନିଶାଦେଇ ତାଙ୍କୁ ଅପହରଣ କରିବା ଉଦ୍ୟମ କରାଯାଇଛି । ତେବେ ସ୍ଥାନୀୟ ଜନସାଧାରଣ ଦୁଇ ଅପହର୍ତାଙ୍କର ଏଭଳି ଉଦ୍ୟମ ଦେଖିବା ପରେ ସେମାନଙ୍କୁ ଧରି ପୋଲିସ ଜିମା ଦେବାସହିତ ନାବାଳିକାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ଦୁଇ ଅପହରଣକାରୀ ପଶ୍ଚିମବଙ୍ଗ ଅଂଚଳର । ବିଳମ୍ବିତ ରାତିରେ ଡୁମୁଡୁମା ଅଂଚଳରେ ଏଭଳି…

ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ଭୁବନେଶ୍ୱର:ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି  ଓ ରାକେଶ ଓରଫ ସାନୁ କୁଞ୍ଜମ।  ମାଓବାଦୀ କେସା କୱାସିର ଘର ଛତିଶଗଡ଼ର ବସ୍ତର  ଜିଲ୍ଲା ଦରବା  ଥାନା ଅଞ୍ଚଳରେ  ଏବଂ  ସାନୁ କୁଞ୍ଜମ ଓରଫ ରାକେଶ ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୁର ଥାନା ଅଞ୍ଚଳରେ। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬  ରାଉଣ୍ଡ ଗୁଳି, …

‘ନାରୀଙ୍କୁ ସମ୍ମାନ ପ୍ରଦାନ ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ…

ମହିଳାଙ୍କ ନେତୃତ୍ୱରେ ଆରମ୍ଭ ହେଲା ଆନୁଷ୍ଠାନିକ ଶାଳ ବିହନ ବାଣିଜ୍ୟ ସହିତ ଜଙ୍ଗଲ ଅର୍ଥନୀତି ମଡେଲ

ଭୁବନେଶ୍ୱର/ମୟୂରଭଞ୍ଜ/କେଉଁଝର/ନବରଙ୍ଗପୁର : ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ସ୍ଥିର ଅର୍ଥନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇ ଓଡ଼ିଶା ସଫଳତାର ସହିତ ଅଣ-କାଠ ବନ ଉତ୍ପାଦ (NTFP)ର ବାଣିଜ୍ୟ ଏବଂ ପରିଚାଳନା କ୍ଷେତ୍ରରେ ମହିଳାମାନଙ୍କ ନେତୃତ୍ୱରେ ଜଙ୍ଗଲଭିତ୍ତିକ ମୂଲ୍ୟଶୃଙ୍ଖଳାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି । ମନୟା, ଦୁଆରସୁଣୀ, ଗନ୍ଧମାର୍ଦ୍ଧନ, ମେଣ୍ଡାଡୋଙ୍ଗ୍ରି ଏବଂ ସୁନାମଞ୍ଜରୀ ପରି ପାଞ୍ଚଟି ସବୁଜ ଶକ୍ତି ଉତ୍ପାଦକ କମ୍ପାନୀ (GSPCs) ସେମାନଙ୍କର ପ୍ରଥମ…