ଚାମ୍ପିଅନ ଓଡ଼ିଶା ହ୍ଵିଲ ଚେୟାର ରଗବୀ ଦଳକୁ ସମ୍ବର୍ଦ୍ଧିତ କଲା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର: ଓଡ଼ିଶା ହ୍ୱିଲଚେୟାର ରଗବି ଦଳ ୭ମ ଜାତୀୟ ହ୍ୱିଲଚେୟାର ରଗବି ଚାମ୍ପିଅନସିପ୍ ୨୦୨୫ରେ ବିଜୟୀ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଅତୁଳନୀୟ ଉତ୍ସାହ, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟ ପାଇଁ ସେମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି। ଏହି ଟିମରେ ଏମିତି ତିନି ଜଣ ସଦସ୍ୟ ରହିଥିଲେ, ଯେଉଁମାନେ ଦିନେ ସଡ଼କ ଦୁର୍ଘଟଣା ଯୋଗୁଁ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। କିନ୍ତୁ, ହାର୍ ନ ମାନି ଜୀବନରେ ଜୟଯାତ୍ରା ସହ ଆଗକୁ ବଢ଼ୁଛନ୍ତି। ଏହି ଉଲ୍ଲେଖନୀୟ…

ପ୍ଲାଣ୍ଟ ଶ୍ରମିକମାନଙ୍କ ସୁରକ୍ଷା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ ସୁନିଶ୍ଚିତକରଣ ପାଇଁ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା

ଭୁବନେଶ୍ୱର: କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଥମ ଥର ପାଇଁ କାଜୁ କାରଖାନାମାନଙ୍କରେ ଶ୍ରମିକମାନଙ୍କ ସୁରକ୍ଷା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ ବିଷୟରେ ଏକ ଦିନିକିଆ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାଟି ଭୁବନେଶ୍ୱର ସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଥିଲା।ପୂର୍ବାହ୍ନ ସଭାରେ ମୁଖ୍ୟ ଅତିଥି ଇନ୍ଦ୍ରମଣି ତ୍ରିପାଠୀ, ରାଜ୍ୟ ଶ୍ରମ କମିଶନର, କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ ରାଜ୍ୟ ଶ୍ରମ ସଂସ୍ଥାନ ନିର୍ଦ୍ଦେଶକ, ଉପସ୍ଥିତ ହୋଇ…

କଳିଙ୍ଗ ଷ୍ଟାଡ଼ିୟମରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯାଇଛି। ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା ସର୍ବମୋଟ ୭୫ଜଣ…

‘ସମାଜର ବିକାଶ ନିମନ୍ତେ ଯୁବପିଢ଼ି ଭାଗବତ ତତ୍ତ୍ୱକୁ ଗ୍ରହଣ କରିବା ଉଚିତ’

ଭୁବନେଶ୍ୱର: ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଭୁବନେଶ୍ବରର କଟକ ରୋଡସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି…

ଶହୀଦ ବାଜି ରାଉତଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି

ଭୁବନେଶ୍ୱର: ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରରେ ଜର୍ଜରିତ ହେଉଥିଲେ। ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବେ ନାମିତ କରିଥିଲେ। ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡ଼ଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ।…

ପ୍ରାଣନାଥ ପଟ୍ଟନାୟକଙ୍କ ଜୀବନ ସରଳତା, ନୈତିକ ସାହସ ଏବଂ ନିଷ୍ଠାପର ସେବାର ଏକ ଜ୍ୱଳନ୍ତ ଉଦାହରଣ: ରାଜ୍ୟପାଳ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରଗତିଶୀଳ ସମାଜବାଦୀ ତଥା ଜନସେବୀ ସ୍ବର୍ଗତଃ ପ୍ରାଣନାଥ ପଟ୍ଟନାୟକଙ୍କର ଜୀବନ ସରଳତା, ନୈତିକ ସାହସ ଏବଂ ଜନସାଧାରଣଙ୍କ ପାଇଁ ନିଷ୍ଠାପର ସେବାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ଅକ୍ଟୋବର ୫ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ରାଜ୍ୟ ପ୍ରାଣନାଥ ସ୍ମୃତି କମିଟି ଦ୍ୱାରା ଆୟୋଜିତ ସ୍ବର୍ଗତଃ ପ୍ରାଣନାଥ ପଟ୍ଟନାୟକଙ୍କର ୫୫ ତମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ରାଜ୍ୟପାଳ ଏହା…

ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ

ଭୁବନେଶ୍ୱର: ରାଜ୍ୟର ନୂଆପଡା ବିଧାନସଭା ଉପ ନିର୍ବାଚନ ଓ ଆଦର୍ଶ ଆଚରଣ ବିଧି ଲାଗୁହେବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଉପରୋକ୍ତ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ…

ଏସୀୟ ଟେବୁଲ୍ ଟେନିସ ଟିମ୍ ଚମ୍ପିୟାନସିପ ପାଇଁ ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଉଦ୍ଘାଟନ

ଭୁବନେଶ୍ୱର, ୬/୧୦ : ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଅନସିପ୍। ଏନେଇ କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ଵାର ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ ହୋଇଛି। ଆଗାମୀ ଦିନରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ କଟକ, ଭୁବନେଶ୍ୱର ଏବଂ…

ମା ମାନଙ୍କର ସୁଖଦ ଓ ସୁରକ୍ଷିତ ବ୍ରତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି: ଆଇନ ମନ୍ତ୍ରୀ

ପୁରୀ: ଧର୍ମ ମାସ କାର୍ତ୍ତିକ ର ହବିଷ୍ୟାଳୀ ବ୍ରତ ଓଡ଼ିଆ ଧର୍ମୀୟ ଭାବନାକୁ ଋଦ୍ଧିମନ୍ତ କରିଛି। ଏହା ନିଷ୍ଠା ଓ ସମର୍ପଣର ପ୍ରତୀକ। ମା ମାନଙ୍କର ପୂଣ୍ୟ ଆମ ସମସ୍ତ ଙ୍କୁ ଆଶୀର୍ବାଦ ଦେଇ ଚାଲିଥିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅପରାହ୍ନ ରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ପରିସରରେ କାର୍ତ୍ତିକ ବ୍ରତ ୨୦୨୫ର ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ…

କୃଷି ଓଡ଼ିଶା ସମାବେଶ ୨୦୨୫-୨୬ ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଓଡ଼ିଶା ୨୦୨୫-୨୬ ନିମନ୍ତେ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜାନୁଆରୀ ମାସ ୨୨ ତାରିଖରୁ ୨୪ ତାରିଖ ଯାଏଁ ତିନିଦିନ ବ୍ୟାପୀ କୃଷି ଓଡ଼ିଶା ସମାବେଶ ଖୁବ୍ ଉତ୍ସାହର ସହ ପାଳନ କରାଯିବ। ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ଠାରୁ ପ୍ରତିବର୍ଷ ଜାନୁଆରୀ ମାସ ଏହି ଦିନରେ ହିଁ କୃଷି ଓଡ଼ିଶା ସମାବେଶର ଆୟୋଜନ କରାଯିବ। ଦେଶ…