ବରଗଡ଼ ଜିଲ୍ଲାର ୬ଟି ବିଦ୍ୟାଳୟର ସିବିଏସଇ ପରୀକ୍ଷାଫଳ ପ୍ରକାଶ
ଭୁବନେଶ୍ୱର : ନିକଟରେ କେନ୍ଦ୍ରୀୟ ଶିକ୍ଷା ବୋର୍ଡ଼ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଥିଲା । ବରଗଡ଼ ଜିଲ୍ଲାର ବାନ୍ଦୁପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ପରୀକ୍ଷା ପରିଚାଳନା ସମୟରେ ଅନୈତିକ ନୀତି ଅବଲମ୍ବନ କରିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ଏହି ଦୁଇଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୬ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି ।…
