ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବାଚସ୍ପତି ଯୋଗଦେଲେ
ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ବାର୍ବାଡୋସ୍ର ବି୍ରଜ୍ଟାଉନ୍ଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପରେ ବି୍ରଟେନ୍, ସୁଇଜରଲ୍ୟାଣ୍ଡ ଓ ଫ୍ରାନ୍ସ ଗସ୍ତ କରିଛନ୍ତି। ବାଚସ୍ପତି ପ୍ରଥମେ ବି୍ରଟେନଠାରେ ପହଞ୍ଚିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ତାଙ୍କୁ ସ୍ୱାଗତ କରିଥିଲେ। ସେଠାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରବାସୀ ଭାରତୀୟ ତଥା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ରହିଥିବାବେଳେ…


