ଅତିରିକ୍ତ ପଦବୀ ସୃଷ୍ଟି ମାମଲାର ସିବିଆଇ ତଦନ୍ତ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମ୍କୋର୍ଟ
୨୦୨୨ ମସିହାରେ ଏସ୍ଏସ୍ସି ଅଧୀନରେ ଅତିରିକ୍ତ ପଦବୀ ସୃଷ୍ଟି ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆବଶ୍ୟକୀୟ ପରାମର୍ଶ ଏବଂ ରାଜ୍ୟପାଳଙ୍କ ଅନୁମୋଦନ ପରେ ବଙ୍ଗଳା ଶିକ୍ଷା ବିଭାଗ ଦ୍ୱାରା ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଥିବାରୁ ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ମାମଲାଟି ହାଇକୋର୍ଟକୁ ଯାଇଥିଲା,…
