ଜାତୀୟ ମେଡିଏସନ୍ କର୍ମଶାଳା : ବିଚାରପତି ଓ ଭିଆଇପିଙ୍କ ପ୍ରୋଟୋକଲ୍ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଅନେକ ବଡ଼ ବଡ଼ ଇଭେଣ୍ଟର ସଫଳ ପରିଚାଳନା କରିବାରେ ଓଡ଼ିଶା ଖୁବ୍ ଆଗରେ। ରାଜ୍ୟରେ କାର୍ଯ୍ୟରତ ଦକ୍ଷ ଅଧିକାରୀଙ୍କ ନିକଟରେ ଏଥିନେଇ ଅନେକ ଅଭିଜ୍ଞତା ରହିଛି। ତେଣୁ ନିଜର ଅଭିଜ୍ଞତାକୁ ଆଧାର କରି ଆସନ୍ତା ସେପେଫମ୍ବର ୨୮ରେ ହେବାକୁ ଥିବା ଜାତୀୟ ମେଡ଼ିଏସନ୍ କର୍ମଶାଳାକୁ ସଫଳ କରିବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା, ଅତିରିକ୍ତ ମୁଖ୍ୟ ଶାସନ…


