ଅମୃତ ସରୋବର ‘ନୂଆମୁଣ୍ଡା’: ନବୀକରଣ ଓ ସହଭାଗୀତାର ବଳିଷ୍ଠ ଉଦାହରଣ
ଭୁବନେଶ୍ବର/ବଲାଙ୍ଗିର: ଜଳ ସେଚନ, ସଂରକ୍ଷଣ ଓ ଦୈନନ୍ଦିନ ବ୍ୟବହାର ପାଇଁ ଅମୃତ ସରୋବର କାର୍ୟ୍ୟକ୍ରମରେ ଜଳାଶୟର ପୁନରୁଦ୍ଧାରର ସଫଳ କାହାଣୀ ହୋଇଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଗସିକାନାର ନୂଆମୁଣ୍ଡା ପୋଖରୀ। ସରକାରଙ୍କ ଦ୍ୱାରା ଯୋଜନା ପ୍ରଣୟନ, ପ୍ରଶାସନିକ ପ୍ରକ୍ରିୟା ଏବଂ ସ୍ଥାନୀୟ ଲୋକଙ୍କ ସହଭାଗୀତାରେ ଏକ ଅବହେଳିତ ପୋଖରୀର ପୁନରୁଦ୍ଧାର ଯେତେ ସୁନ୍ଦର ଭାବରେ ହୋଇଛି ତାହା ଏକ ଉଦାହରଣ ହୋଇପାରିଛି। ପ୍ରାଚୀନ ଏବଂ ପୂଜ୍ୟ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ନିକଟରେ ୧.୧ …


