୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

ଭୁବନେଶ୍ୱର: ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର ଯୋଗଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ…

ନୂତନ ସହର ରୂପରେଖ ନେଇ ଆଲୋଚନା 

 ଭୁବନେଶ୍ୱର : ସିଙ୍ଗାପୁର ସ୍ଥିତ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସୁରବନ ଜୁରଙ୍ଗର ଦକ୍ଷିଣ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ରା ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଅଭିଷେକ ମାଲହୋତ୍ରା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ସହରାଞ୍ଚଳ ଭିତ୍ତିଭୂମି ଏବଂ ପରିଚାଳିତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ସରକାର…

ଓଡ଼ିଶାରୁ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ଉଠାଣ ଲକ୍ଷ୍ୟ, ପ୍ରଥମ ପର୍ଯ୍ୟାୟରେ ଉଠିଲା ୨୬୪୨ ମେଟ୍ରିକ ଟନ

ଭୁବନେଶ୍ୱର: ଓଡିଶାରେ ଉତ୍ପାଦିତ ମାଣ୍ଡିଆର  ଚାହିଦା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି। ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରୁ ଉତ୍ପାଦିତ ମାଣ୍ଡିଆ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ଥିବାରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ ମାଣ୍ଡିଆ ଉଠାଇଛି। ଏଥିନିମନ୍ତେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ମାଣ୍ଡିଆ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଇଚ୍ଛାବ୍ୟକ୍ତ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସ ୱାର୍ଡେନଙ୍କ ନିମନ୍ତେ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସର ୱାର୍ଡେନଙ୍କ ନିମନ୍ତେ ଦକ୍ଷତା କର୍ମଶାଳାର ଆୟୋଜନ କରିଛି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (OMTES)।  ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ନ୍ୟାସନାଲ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟସ (NESTS) ସହଯୋଗରେ ସମଗ୍ର ଓଡ଼ିଶାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଛାତ୍ରାବାସ ୱାର୍ଡେନଙ୍କ ପାଇଁ…

ଭାରତୀୟ ଶିଳ୍ପ ମହାସଂଘ ପୂର୍ବ ଭାରତ ସମ୍ମିଳନୀରେ ଓଡିଶାର ସମ୍ଭାବନା ଉପରେ ଆଲୋକପାତ

ଭୁବନେଶ୍ୱର: ମୁମ୍ବାଇସ୍ଥିତ ହୋଟେଲ ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀ ୨୦୨୫ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀ ପୂର୍ବ ଭାରତର ବିଶାଳ ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ କେନ୍ଦ୍ରିତ ଏକ ପ୍ରମୁଖ ପଦକ୍ଷେପ ଅଟେ। ଏହି ସମ୍ମିଳନୀରେ ନିବେଶକ ଏବଂ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ, ଗୋଲଟେବୁଲ ନୀତି ନିର୍ଦ୍ଧାରଣ ଓ ଆଲୋଚନା କରାଯାଇଛି।…

ଦିଦାୟୀ ସମ୍ପ୍ରଦାୟରୁ ପ୍ରଥମ ଡାକ୍ତର ହେବେ ମାଲକାନଗିରି ଝିଅ

ଭୁବନେଶ୍ବର: ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ। ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ବା ପିଭିଟିଜି ଶ୍ରେଣୀଭୃକ୍ତ ଦିଦାୟୀ ଜନଜାତିର ପ୍ରଥମ ଡାକ୍ତରୀ ଛାତ୍ରୀ ଭାବେ ମାଲକାନଗିରି ଝିଅ ଚମ୍ପା ରାସପେଦା ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍- ୨୦୨୫ରେ କୃତକାର୍ଯ୍ୟ ହେଲା ପରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପାଠ ପଢିବେ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଆମ୍ଲିବେଡ଼ା ଗ୍ରାମର ଲଚମୁ ରାସପେଦାଙ୍କ ଝିଅ ଚମ୍ପା ରାସପେଦା ପ୍ରଥମ…

ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର: ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଆଜି ୨୦୨୩ ବର୍ଷ ପାଇଁ ତିନିଟି ବର୍ଗରେ ତିନିଜଣ ଲେଖକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣ ଉତ୍ସବରେ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲାର ଜନାବ୍ ସେକ୍ ଅନୱର ହୁସେନଙ୍କୁ “ଅମଜଦ ନଜମୀ ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। କଟକ ଜିଲ୍ଲାର…

ମେଡିକାଲ କଲେଜରେ ପ୍ରଫେସର ପଦବୀ ଖୁବଶୀଘ୍ର ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରି ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକର ଆଲୋଚନାରୁ ଜଣା ଯାଇଛିଯେ, ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ତଥା ମେଡିକାଲ…

କୃଷି ଏବଂ ଆନୁଷଙ୍ଗିକ କୃଷି ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ ସମ୍ପର୍କରେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଏବଂ କୃଷି ଆନୁଷଙ୍ଗିକ ନୂତନ ମହାବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ ସମ୍ପର୍କରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ କୃଷି ଏବଂ କୃଷିଭିତ୍ତିକ ଆନୁଷଙ୍ଗିକ କଲେଜ ଖୋଲିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। କୃଷି ଏବଂ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଏବଂ ସ୍ଥାୟୀ ଏବଂ ଲାଭଦାୟକ କୃଷି ବ୍ୟବସ୍ଥା ବିକାଶ…

ଇଗ୍ନୋ ଡିଇସିଇ ପାଠ୍ୟକ୍ରମର ଓଡ଼ିଆ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରିବା ପାଇଁ ବିଗତ ଜୁନ୍‌ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍‌ନାଲ୍‌ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ,…