ଜଳବାୟୁ ସହନଶୀଳ କଙ୍କଡ଼ା ଚାଷ ପଦ୍ଧତି ପାଇଁ ଏକ୍ରିକ୍ ପୁରସ୍କୃତ

ଭୁବନେଶ୍ୱର: ଜୁଲାଇ ୧ରୁ ୩ ତାରିଖପର୍ଯ୍ୟନ୍ତ ଚେନ୍ନାଇ ବ୍ୟବସାୟିକ କେନ୍ଦ୍ର (ଟ୍ରେଡ୍ ସେଣ୍ଟର)ରେ ଅନୁଷ୍ଠିତ ହୋଇଥିବା “ସିଫୁଡ୍ ଏକ୍ସପୋ  ଭାରତ-୨୦୨୫ (ଏସଇବି-୨୫)” ରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ସରକାରୀ କ୍ଷେତ୍ର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କାର୍ଯ୍ୟକାରୀ ଭାରତର କୋଷ୍ଟାଲ୍ କମ୍ୟୁନିଟିମାନଙ୍କର  ଇସିଆରଆଇସିସି (ଏକ୍ରିକ୍) ପ୍ରକଳ୍ପ ଏହି ସମ୍ମାନ ଜନକ ପୁରସ୍କାର ଲାଭ କରିଛି। ଏହି ସ୍ୱୀକୃତି ଏକ୍ରିକ୍, ଓଡିଶାର…

“ଶବରୀ ଭବନ ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ ”

ଭୁବନେଶ୍ୱର: ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥ IRC Village ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ…

ସୁରକ୍ଷିତ ବିଦ୍ୟୁତ ଭିତ୍ତିଭୂମି ଆମର ପ୍ରାଥମିକତା- ସିଂହଦେଓ

ଭୁବନେଶ୍ୱର: ଲୋକସେବା ଭବନରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।  ରାଜ୍ୟର ୩୦ ପ୍ରତିଶତରୁ ଅଧିକ ଲୋଡ଼ର ଚାହିଦା ପୂରଣ କରୁଛି ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ। ଏହାସହ, ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ। ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ତଥ୍ୟ ପରିଚାଳନା, କାର୍ଯ୍ୟାବଳୀର ସୁରକ୍ଷା ଭିତ୍ତିଭୂମି ସୁଦୃଢ଼ ଓ…

ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ରେଳ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶରେ ବିପୁଳ ଭକ୍ତସମାବେଶକୁ ଦୃଷ୍ଟିରେ ରଖି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ପୂର୍ବତଟ ରେଳପଥ, ଭୁବନେଶ୍ୱରର ମହାପ୍ରବନ୍ଧକଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ପୁରୀ ରେଳ ଷ୍ଟେସନରେ ଭିଡ଼ ପରିଚାଳନା ଏବଂ ଯାତ୍ରୀ ସୁରକ୍ଷା ପ୍ରୋଟୋକଲର ସମୀକ୍ଷା କରିଛନ୍ତି। ଡିଜିପି, ଏଡିଜି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପୁରୀରେ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତିନି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦାବିକୁ ବିଚାର କରିବାକୁ କହିଥିଲେ।…

ଭକ୍ତି ଓ ଆଧ୍ୟାତ୍ମିକ ଭରା ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୫’ର ଦ୍ୱିତୀୟ ସଂଧ୍ୟା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ‘ଗୁହାରି ୨୦୨୫’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଶ୍ରୀ ମନ୍ଦିରରୁ ତିନି ଗୋଟି ରଥ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ଯାତ୍ରା ଅତୀବ ରହସ୍ୟମୟ। ଅଗଣିତ ବିଶ୍ୱବାସୀଙ୍କ ଆଶା ଓ ଆକାଂକ୍ଷା ଏବଂ ଉଦ୍ଦୀପନାର ଏ ଯାତ୍ରା,…

ସଙ୍ଗାରେଡ୍ଡୀ ଦୁର୍ଘଟଣା: ଘଟଣାସ୍ଥଳରେ ୨ଜଣ ଓଡ଼ିଆ ଅଧିକାରୀ

ଭୁବନେଶ୍ୱର: ଜୁଲାଇ ୧ ତାରିଖରେ ତେଲେଙ୍ଗାନା ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲା ସ୍ଥିତ ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଏଯାବତ୍‌ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ ରହିଥିବାର ସୂଚନା ମିଳିଛି। ଏଥିସହ ୪ଜଣ ଓଡ଼ିଆ ବ୍ୟକ୍ତି ଆହତ ହୋଇ ନିକଟତମ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ…

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦିନକରେ ମିଳିଲା ଦିବ୍ୟଙ୍ଗ ପ୍ରମାଣପତ୍ର

ଭୁବନେଶ୍ଵର: ରାଜ୍ୟ ସରକାର ଦିବ୍ୟଙ୍ଗଙ୍କ ହିତପ୍ରତି ପ୍ରାଧାନ୍ୟ ଦେଇ ସଦା ସର୍ବଦା ସମର୍ପିତ ରହି କାର୍ଯ୍ୟ କରୁଛନ୍ତି l ସେହି କ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ଦିବ୍ୟଙ୍ଗ ହିତାଧିକାରୀଙ୍କୁ ତାଙ୍କ ଦିବ୍ୟଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇ ପାରିଛି l   ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାର ପ୍ରଫୁଲ୍ଲ ଦାସ ଯିଏକି ଦୃଷ୍ଟିବାଧିତ ଅଟନ୍ତି ତାଙ୍କର ଦିବ୍ୟଙ୍ଗ ପ୍ରମାଣପତ୍ର ନଥିଲା l ସେଥିପାଇଁ ସେ ପ୍ରମାଣପତ୍ର ପାଇବା ନେଇ…

ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଓଡ୍ରାଫ ଟିମ ନିୟୋଜିତ

ବାଲେଶ୍ୱର : ଉତ୍ତର ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପରେ  ବନ୍ୟା ପରିସ୍ଥିତି ଦେଖା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ODRAF) ବନ୍ୟା ପ୍ରଭାବିତ ଉଭୟ ଜିଲ୍ଲାରେ ବ୍ୟାପକ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିରନ୍ତର ନିୟୋଜିତ ହୋଇଛି। ଓଡ୍ରାଫ ଟିମ ଲୋକଙ୍କ ଧନ ଜୀବନ ସୁରକ୍ଷିତ କରିବାରେ  ପ୍ରମୁଖ ଭୁମିକା ଗ୍ରହଣ…

ଭିନ୍ନକ୍ଷମମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଉପରେ ଆଲୋଚନା

ଭୁବନେଶ୍ବର : ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଆୟୋଜିତ “ସକ୍ଷମା”ର ଦ୍ୱିତୀୟ ବୈଠକ  ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟତଃ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗ ଦେଇଥିଲେ ଓ ସେମାନଙ୍କ ସହ ଭିନ୍ନକ୍ଷମମାନଙ୍କ ହିତପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ  ଅନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା, ଯାଆଁଳା ସ୍ଥିତ କେନ୍ଦ୍ର ସରକାରଙ୍କ ବାକ୍ ଶକ୍ତି ଓ ଭାଷା ଜନିତ ଦୁର୍ବଳତା ପାଇଁ ଥିବା ଅନୁଷ୍ଠାନର ପ୍ରତିନିଧି, ଟାଟା ଷ୍ଟିଲର…