ତେଳ ପ୍ରତାପଙ୍କୁ ଦଳ ଓ ପରିବାରରୁ ବାହାର କରିଦେଲେ ଲାଲୁ

ପାଟନା: ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳ ଓ ପରିବାରରୁ ବିଦା କରିଦେଇଛନ୍ତି । ତେଜ ପ୍ରତାପ ଫେସବୁକରେ ଅନୁଷ୍କା ଯାଦବଙ୍କ ସହିତ ତାଙ୍କର ଦୀର୍ଘକାଳର ସମ୍ପର୍କ ବିଷୟ ପ୍ରକାଶ କରିବା ପରେ ଲାଲୁ ଏଭଳି ପଦକ୍ଷେପ ନେଇଛନ୍ତି । ତେଜ ପ୍ରତାପ ନିଜର ଫେସବୁକରେ ଉଲ୍ଲେଖ କରିଥିଲେ ଯେ ଅନୁଷ୍କାଙ୍କ ସହିତ ତାଙ୍କର ଦୀର୍ଘ ୧୨ ବର୍ଷର ପ୍ରେମ ସମ୍ପର୍କ ରହିଛି । ଏହା ଉପରେ ପ୍ରତିକ୍ରିୟା…

ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ “କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ – ସଭ୍ୟତା ସଂଯୋଗ” ଶୀର୍ଷକ ସମ୍ପର୍କିତ ଭାରତୀୟ…

ସିଏମ୍ ଟ୍ରଫି-୨୦୨୫ ଲୋଗୋ, ଟ୍ରଫି ଓ ଆନ୍‌ଥେମ୍‌ ଉନ୍ମୋଚନ

ଭୁବନେଶ୍ୱର : ସିଏମ୍ ଟ୍ରଫି-୨୦୨୫: ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ  ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିୟନ୍‌ସିପ୍‌-୨୦୨୫ ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍‌ସିପ୍‌-୨୦୨୫ର ଲୋଗୋ, ଟ୍ରଫି, ଜର୍ସି ଏବଂ…

“ସଡକ ସୁରକ୍ଷା ଦିଗରେ ଓଡ଼ିଶାର ଅଭିନବ ଯାତ୍ରା” ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର :  ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ପରିବହନ କମିଶନର ଅମିତାଭ ଠାକୁର ଏବଂ ଆଇଆଇଟି ମାଡ୍ରାସର ସଡ଼କ ସୁରକ୍ଷା ପରାମର୍ଶଦାତା ପ୍ରଫେସର ଭେଙ୍କଟେଶ ବାଲସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ବିଭିନ୍ନ ସଡ଼କ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା ଏବଂ ସମୀକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପ୍ରମୁଖ ପଦକ୍ଷେପ ଉପରେ…

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଏବଂ ସାହିତ୍ୟାନୁରାଗୀ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ସେ ଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଶାରେ ଅନେକ ଜନହିତକର ଏବଂ ଉନ୍ନୟନମୂଳକ…

ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ଉପଲବ୍ଧ କରାଇବା ନିମନ୍ତେ ଆମେ କାର୍ଯ୍ୟ କରୁଛୁ। ସୁଦୃଢ଼ କ୍ରୀଡ଼ା  ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ କ୍ରୀଡ଼ା ପ୍ରତିଭା ଚୟନ ଓ ବିକାଶ ଆଦି କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ଏବଂ ଏଥି ନିମନ୍ତେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଛି। ଓଡ଼ିଶାର ୩୧୪ଟି ବ୍ଲକରେ ସମୁଦାୟ ୪୧୨୪ କୋଟି ଟଙ୍କାର ବ୍ୟୟ…

” କଳିଙ୍ଗ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ସାଂସ୍କୃତିକ ସାମଞ୍ଜସ୍ୟ ହେଉଛି ଆମ ସମୃଦ୍ଧ ଇତିହାସର ଏକ  ଗୌରବମୟ ଅଧ୍ୟାୟ “

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ଯୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସାମାଜିକ, ସାହିତ୍ୟିକ, ସାଂସ୍କୃତିକ ଓ ସଭ୍ୟତାଗତ ସାମଞ୍ଜସ୍ୟକୁ ନେଇ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଛି। “କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ  ସଂଯୋଗ” ଶୀର୍ଷକ ଉପରେ ଏହି ସମ୍ମିଳନୀ ଆୟୋଜିତ ହେଉଛି।…

ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଓଜନ ୫୦ ଟନ ହେବ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ତାହାର ନିଜସ୍ୱ ମହାକାଶ ଷ୍ଟେସନ କକ୍ଷପଥରେ ଅବସ୍ଥାପିତ କରିବା ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି । ଏହା ଭାରତର ମହାକାଶ ଗବେଷଣା ଲକ୍ଷ୍ୟ ହାସଲ ଦିଗରେ ଏକ ଐତିହାସିକ ପଦକ୍ଷେପ ହେବାକୁ ଯାଉଛି ବୋଲି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି । ଏହି ମହାକାଶ କେନ୍ଦ୍ରର ଓଜନ ୫୦ ଟନ ହେବ ଏବଂ ଏହା ଭାରତକୁ ବିଶ୍ୱର କିଛି ହାତଗଣତି ରାଷ୍ଟ୍ରଗୁଡିକ ମଧ୍ୟରେ ସ୍ଥାନିତ କରିବ…

ବାଂଲାଦେଶୀ ବିବାଦ: ଭୁବନେଶ୍ୱର ମେୟରଙ୍କ ବିରୋଧରେ ବିକ୍ଷୋଭ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ବାଂଲାଦେଶୀଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପ୍ରତିବାଦରେ ତାଙ୍କ ବିରୋଧରେ ବିକ୍ଷୋଭ ଜାରି ରହିଛି । ମେୟର ଶୁକ୍ରବାର ନୟାପଲ୍ଲୀସ୍ଥିତ ୱାର୍ଡ ନମ୍ବର ୩୯ର ଏକ ନୂଆ କାର୍ଯ୍ୟାଳୟ କୋଠା ଉଦଘାଟନ କରିବାକୁ ପହଞ୍ଚିବା ସମୟରେ ତାଙ୍କୁ ଜନସାଧାରଣଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯିବା ସହିତ ତାଙ୍କ ବିରୋଧରେ ଲେଖାଥିବା ପ୍ଲା କାର୍ଡ ଧରି ବିକ୍ଷୋଭ କରାଯାଇଥିଲା । ସୂଚନଯୋଗ୍ୟ ଯେ ନିକଟରେ ମେୟର ଶ୍ରୀମତୀ ଦାସ…

ଇଡିକୁ ଗାଳିଦେଲେ ସୁପ୍ରିମକୋର୍ଟ – ସବୁ ସୀମା ଟପିଯାଉଛ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟକୁ ସୁପ୍ରିମକୋର୍ଟ ଗାଳିଦେବା ସହିତ ତାହା ସମସ୍ତ ସୀମା ଟପିଯାଉଛି ଏବଂ ସଂଘୀୟ ଶାସନ ବିଚାରଧାରା ଉଲ୍ଲଂଘନ କରୁଥିବା କହିଛନ୍ତି । ତାମିଲନାଡୁରେ ସରକାରୀ ପରିଚାଳିତ ମଦ ଦୋକାନଗୁଡିକ ଉପରେ ଚଳିତ ବର୍ଷ ମାର୍ଚ୍ଚ ଏବଂ ଗତ ସପ୍ତାହରେ ଇଡି ପକ୍ଷରୁ ଚଢଉ କରାଯିବା ମାମଲାରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି । କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ବର୍ତ୍ତମାନ ଚୁପ୍‌ ରହିବାକୁ କହିଛନ୍ତି । ମଦ ପରିବହନ, ବାର ଲାଇସେନ୍ସ ପ୍ରଦାନ ଏବଂ ବୋତଲ…