କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ “ମୂଲ୍ୟ ବୃଦ୍ଧିକରଣ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା” ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ପରିଚାଳନା ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଏହି ପ୍ରକଳ୍ପ…

ଖରିଫ ଋତୁ ଧାନ ସଂଗ୍ରହ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି। ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଖରିଫ୍‌ ଋତୁ ଧାନ ସଂଗ୍ରହ ନିମନ୍ତେ ଯାରି ପଞ୍ଜିକରଣ ପ୍ରକ୍ରିୟା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ…

ରାଜ୍ୟସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାଏରା ) କାର୍ଯ୍ୟକ୍ରମ କଟକସ୍ଥିତ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ କବି ଉର୍ଦ୍ଦୁ କବିତା ପାଠ କରିଥିଲେ। ଏଥିରେ ବିଶେଷକରି ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା। କବିମାନଙ୍କ ମଧ୍ୟରେ କଟକରୁ ସୟିଦ ରେହମାନୀ, ଅବଦୁଲ ହକ ବେତାବ ବିସମିଲ, ଅଞ୍ଜୁମନ ଆରା,…

କଟକ ଜିଲ୍ଲାରେ ଆରମ୍ଭ ହେବ ସୁଭଦ୍ରା ପ୍ଲସ ଯୋଜନା: ଉପମୁଖ୍ୟମନ୍ତ୍ରୀ

କଟକ: ସ୍ଵାଧୀନତା କେବଳ ୧୯୪୭ ମସିହାର ଗୋଟିଏ ଦିନର କାହାଣୀ ନୁହେଁ- ଏହା ହେଉଛି ଆମ ଉପରେ ନ୍ୟସ୍ତ ହୋଇଥିବା ପ୍ରତ୍ୟେକ ଦିନର ଦାୟିତ୍ଵ। ଏହାକୁ ସୁରକ୍ଷିତ ରଖିବା ହେଉଛି ଆମ୍ଭମାନଙ୍କର କର୍ତ୍ତବ୍ୟ। ନ୍ୟାୟ, ଶିକ୍ଷା, ସମାନତା ଓ ବିକାଶ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବାକୁ ହେବ ଏବଂ ଉତ୍ତର ପିଢୀଙ୍କୁ କଷ୍ଟଲବ୍ଧ ସ୍ଵାଧୀନତାର ପ୍ରକୃତ ଅର୍ଥ ବୁଝାଇବାକୁ ହେବ। ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ କଟକ ସହର ବିକାଶ ପଥରେ ଅଗ୍ରସର ହେଉ। ଏହି…

ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ହେବ ଦିବ୍ୟାଙ୍ଗ ଅନୁକୂଳ

ଭୁବନେଶ୍ୱର: ଦିବ୍ୟାଙ୍ଗ ଭଉଣୀମାନଙ୍କ ସଫଳତା କାହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଦିବ୍ୟାଙ୍ଗ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ଦ୍ବାୟିତ୍ଵ ରାଜ୍ୟ ସରକାରଙ୍କ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ମିଶନଶକ୍ତି ଭବନ ଠାରେ ଏକ ଭାବପୂର୍ଣ୍ଣ ପରିବେଶରେ ଦିବ୍ୟାଙ୍ଗ ଭଉଣୀମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିବ୍ୟାଙ୍ଗ ମହିଳାମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଖୋଲା ଆଲୋଚନା କରିଥିଲେ। ପର୍ଯ୍ୟଟନ ସ୍ଥାନକୁ ଦିବ୍ୟାଙ୍ଗ ଅନୁକୂଳ କରିବା ନିମନ୍ତେ ସେ ନିର୍ଦ୍ଦେଶ…

ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ପୁଲିସ ଡିଜି ୱାଇ ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସତ୍ୟବ୍ରତ…

ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ସୀମାହୀନ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

ଭୁବନେଶ୍ବର: ଓଡ଼ିଶା ସାମୁଦ୍ରିକ ବୋର୍ଡ (ଓ. ଏମ୍. ବି.) ରାଜ୍ୟର ନୀଳ ଅର୍ଥବ୍ୟବସ୍ଥା ଏବଂ ସାମୁଦ୍ରିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେବା ଦିଗରେ ଏକ ଉଚ୍ଚାଭିଳାଷୀ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଗତ କାଲି ନବଗଠିତ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଏହାର ଚାଲୁଥିବା ତଥା ଆଗାମୀ ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରିଥିଲେ। ଗସ୍ତ ସମୟରେ, ଶ୍ରୀମତୀ ପାଢୀ ବନ୍ଦର…

ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ। ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଏହି ନୀତିକୁ…

୨୪ ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ 

ଭୁବନେଶ୍ଵର : ଅଙ୍ଗଦାନଠୁ ମହତ କାର୍ଯ୍ୟ କିଛି ନାହି। ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଅଙ୍ଗଦାତାମାନେ ନୂତନ ଜୀବନ ଭରି ଦିଅନ୍ତି। ଅଦ୍ୟାବଧି ଆମ ରାଜ୍ୟରେ ୧୪ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯାଇଛି। ଏହି “ସୂରଜ ପୁରସ୍କାର”ରାଜ୍ୟବାସୀଙ୍କୁ ସେମାନଙ୍କର ଗରୁତ୍ଵପୂର୍ଣ୍ଣ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବାପାଇଁ  ନିଶ୍ଚିତ ଭାବରେ ଉତ୍ସାହିତ କରିବ। ପୂର୍ବାହ୍ନ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗ ଦାନ ଦିବସ…

ଶୀତଳ ଭଣ୍ଡାର ଯଥାଶୀଘ୍ର କାର୍ଯ୍ୟକ୍ଷମ ନେଇ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ନିମନ୍ତେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ କୃଷି ଭିତ୍ତିଭୂମି ସୁଦୃଢ଼ ହେଲେ ହିଁ କୃଷକମାନେ ସଶକ୍ତ ହେବେ, ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ। ରାଜ୍ୟରେ ଶୀତଳ ଭଣ୍ଡାର ଏବଂ ଗୋଦାମର ବହୁତ ଆବଶ୍ୟକ ଥିବାରୁ ଏହାକୁ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।…