“ଡି. ଆର.ଆଇ.ପ୍ଲାଣ୍ଟ” ରେ ସୁରକ୍ଷା ସମ୍ପର୍କିତ ତାଲିମ୍

ଭୁବନେଶ୍ଵର: ରାଜ୍ୟରେ କାରଖାନା ମାନଙ୍କରେ ଉଭୟ ସୁରକ୍ଷିତ କାର୍ୟ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ପକ୍ଷରୁ ଭିନ୍ନ ଭିନ୍ନ୍ ସୁରକ୍ଷା ସମ୍ପର୍କିତ  ପ୍ରସଙ୍ଗ ଉପରେ ତାଲିମ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଆସୁଅଛି। ସେହି କ୍ରମରେ ରାଜ୍ୟରେ ସ୍ପଞ୍ଜ ଆଇରନ୍ କାରଖାନା ମାନଙ୍କରେ ‘ଡି ଆର ଆଇ ପ୍ଲାଣ୍ଟ’  ଗୁଡିକରେ ସୁରକ୍ଷିତ ଚଳନ ଏବଂ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖାଯାଇ ଗତ ତା ୦୮.୦୮.୨୦୨୫ ରିଖ  ଦିନ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ “ଡି. ଆର.ଆଇ.ପ୍ଲାଣ୍ଟ ଗୁଡ଼ିକ ରେ ନିରାପଦ ଚଳନ ଏବଂ ରକ୍ଷଣାବେକ୍ଷଣ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ରାଜ୍ୟ ଶ୍ରମ ଆୟୁକ୍ତ ତଥା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ  ମୁଖ୍ୟ ଅତିଥି ଭାବେ କର୍ମଶାଳାକୁ ଉଦଘାଟନ କରି ସ୍ପଞ୍ଜ ଆଇରନ୍ କାରଖାନା ମାନଙ୍କ ରେ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରକାଶ କରିବା ସହିତ ଚାଳନ ଦାଇତ୍ଵରେ ଥିବା ଅଧିକାରୀଙ୍କର ଏଥିନିମନ୍ତେ ଗୁରୁ ଦାଇତ୍ଵ ରହିଛି ବୋଲି ପ୍ରକାଶ କରିଥିଲେ। ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ତଥା ରାଜ୍ୟ ଶ୍ରମ ପ୍ରତିଷ୍ଠାନର ନିର୍ଦ୍ଦେଶକ ନିତି ରଂଜନ ସେନ ଉଦଘାଟନୀ ସଭାରେ ପୌରୋହିତ୍ୟ କରି ସୁରକ୍ଷା ଏବଂ ଶୂନ୍ୟ ଦୁର୍ଘଟଣା ନୀତି ଉପରେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ପ୍ରତିଷ୍ଠାନ ତାଲିମରେ ଗୁଣବତ୍ତା ବଜାୟ ରଖିବାକୁ ବଦ୍ଧପରିକର ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ  କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର  ଉପ ନିର୍ଦ୍ଦେଶକ (ସୁରକ୍ଷା), ଡଃ ମଳୟ କୁମାର ପ୍ରଧାନ ଉଦବୋଧନ ଦେଇଥିଲେ। “ଡି. ଆର.ଆଇ.ପ୍ଲାଣ୍ଟ”  ଗୁଡିକର  ନିର୍ମାଣ ପ୍ରକ୍ରିୟା  ରେ କଞ୍ଚା ଲୁହାପଥର ଶୁଦ୍ଧି ନିମନ୍ତେ ଏହାକୁ ତରଳା ନଯାଇ  କୋଇଲା, ପ୍ରାକୃତିକ ଗ୍ୟାସ୍ ପରି ଇନ୍ଧନକୁ ଉଚ୍ଚ ତାପମାତ୍ରାରେ ଜଳା ଯାଇ ଉଦଜାନ ଏବଂ କାର୍ବନ୍ ମନୋକ୍ସାଇଡ୍ ପରି ହ୍ରାସକାରୀ ଗ୍ୟାସ୍ ଉତ୍ପନ ସହିତ ଏହାର ପ୍ରୟୋଗ ଦ୍ୱାରା କଞ୍ଚା ଲୁହାପଥରରୁ ପ୍ରତ୍ୟକ୍ଷ ଭାବେ ଅମ୍ଳଜାନ ଅପସାରିତ କରାଯାଇ ଶୁଦ୍ଧ ହେଉଥିବାରୁ ଏହା ଏକ ବିପଦ ସଂକୁଳ ଯୁକ୍ତ ପ୍ରକ୍ରିୟା। ଏଣୁ ଓଡିଶା କାରଖାନା ନିୟମାବଳୀ ରେ ସ୍ଵତନ୍ତ୍ର ଭାବେ ଏକ ଅନୁସୁଚୀର ବ୍ୟବସ୍ଥା କରାଯାଇଛି। ତେଣୁ ସୁରକ୍ଷିତ ପ୍ରଚାଳନ ନିମନ୍ତେ ବ୍ୟବସ୍ଥିତ ପ୍ରଣାଳୀ ଆଧାରରେ ନିର୍ଦ୍ଧାରିତ ହୋଇଥିବା ସୁରକ୍ଷିତ ମାନକ ପରି ଚାଳନା ସହିତ ରକ୍ଷଣାବେକ୍ଷଣ କ୍ରିୟାବିଧି ପ୍ରକ୍ରିୟାର ଯଥା ପାଳନ  ସହିତ  ଅନୁରୂପ ସୁରକ୍ଷା କବଚ ପରିଧାନ କୁ ସୁନିଶ୍ଚିତ କରିବା ଏବଂ ପ୍ରକ୍ରିୟା ସହିତ ଜଡିତ ସମସ୍ତ ଶ୍ରମିକଙ୍କୁ ସଚେତନ କରିବା ସମ୍ପୃକ୍ତ ଅଧିକାରୀଙ୍କର ପ୍ରଥମ ଏବଂ ଅଗ୍ରଗଣ୍ୟ କର୍ତ୍ତବ୍ୟ।

ଅନ୍ୟତମ ଅତିଥି ସମ୍ବଲପୁର ମଣ୍ଡଳ ଉପନିର୍ଦ୍ଦେଶକ ସ୍ଵରୂପ ଜେନା ତାଲିମ କର୍ମଶାଳା ରେ ଯୋଗ ଦେଇ ଉଦବୋଧନ ଦେବା ସହିତ ତାଲିମ କର୍ମଶାଳାକୁ ସଞ୍ଚାଳନ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ। ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୪୨ ଜଣ ଭିନ୍ନ ଭିନ୍ନ ବର୍ଗର କାରଖାନା ଅଧିକାରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଜାଇଥିଲା।

Leave a Reply

Your email address will not be published. Required fields are marked *